ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। କରୋନା ଟେଷ୍ଟ ଦିନକୁ ଦିନ ବଢ଼ୁଥିବା ବେଳେ ରାଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୫୪୬ ଜଣ କ୍ବାରାଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୯୨୩ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୫୧,୭୮୨ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଉଛି।
ଅନୁଗୁଳରୁ ୨୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୧୮, ବରଗଡରୁ ୮୫, ଭଦ୍ରକରୁ ୧୬୫, ବଲାଙ୍ଗୀରରୁ ୫୬, ମୟୂରଭଞ୍ଜରୁ ୨୧୬, ନବରଙ୍ଗପୁରରୁ ୧୧୮, ନୟାଗଡ଼ରୁ ୧୨୮, ନୁଆପଡାରୁ ୧୪, ପୁରୀରୁ ୨୪୩, ରାୟାଗଡାରୁ ୧୩୭, ସମ୍ବଲପୁରରୁ ୬୧, ସୋନପୁରରୁ ୬୦, ସୁନ୍ଦରଗଡରୁ ୧୦୩, ବୌଦ୍ଧରୁ ୯୦, କଟକରୁ ୪୧୩, ଦେଓଗଡ଼ରୁ ୨୩, ଢ଼େଙ୍କାନାଳରୁ ୨୫୨, ଗଜପତିରୁ ୨୬, ଗଞ୍ଜାମରୁ ୪୩, ଜଗତ୍ସିଂହପୁରରୁ ୧୪୦, ଯାଜପୁରରୁ ୩୭୦, ଝାରସୁଗୁଡାରୁ ୨୭, କାଲାହାଣ୍ଡିରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି କନ୍ଧମାଳରୁ ୨୮, କେନ୍ଦ୍ରାପଡାରୁ ୫୯, କେନ୍ଦୁଝରରୁ ୯୬, ଖୋର୍ଦ୍ଧାରୁ ୬୧୨, କୋରାପୁଟରୁ ୮୭ ଓ ମାଲକାନଗିରି ୭୫ ଜଣ ଚିହ୍ନଟ ହୋଇଛନ୍ତି ।