ଅଣ୍ଡା ବୋଝେଇ ପିକ୍ଅପ ଭ୍ୟାନ ସହ ତିନି ଡ଼କାୟତଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ଟାଙ୍ଗୀ: ୧୦/୦୬(ବିନୁ ଦାସ୍): ବିଗତ ତିନି ତାରିଖ ଦିନ ଏକ ଅଣ୍ଡା ବୋଝେଇ ପିକଅପ ଭ୍ୟାନକୁ ବିଳମ୍ବିତ ରାତ୍ରିରେ ଛଅ ଜଣ ଡକାୟତ ମାନେ ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ କରି ଅଣ୍ଡା ବୋଝେଇ ଗାଡିକୁ ହାଇଜ୍ୟାକ କରି ନେଇଥିଲେ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ୧୬ ନଂ ଜାତୀୟ ରାଜପଥର ଉଗ୍ରତାରା ଛକ ନିକଟରୁ ଏହି ପିକ୍ଅପ ଭ୍ୟାନ ହାଇଯାକ ହୋଇଥିଲା। ଏହି ଘଟଣାରେ ପୋଲିସ ତିନି ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପୋଲିସ ତିନୋଟି ମୋବାଇଲ ଫୋନ,ନଗଦ ୧୨୦୦ ଶହ ଟଙ୍କା ଏବଂ ଗୋଟିଏ ବାଇକ ଜବତ କରିବା ସହ ହାଇଯାକ ହୋଇଥିବା ପିକଅପ ଭ୍ୟାନ ଉଦ୍ଧାର କରିଛନ୍ତି ।

ଏ ନେଇ ବାଲୁଗାଁ ଏସ୍ ଡିପିଓ ମାନସ ରଞ୍ଜନ ବାରିକ ଟାଙ୍ଗି ଥାନାରେ ପ୍ରେସମିଟ କରି ଜଣାଇଛନ୍ତି । ଖୋର୍ଦ୍ଧା ଏସପିଙ୍କ ନିର୍ଦେଶ କ୍ରମେ ତିନୋଟି ଟିମ ଗଠନ ହୋଇଥିଲା, ଯାହାର ନେତୃତ୍ୱ ନେଇଥିଲେ ଟାଙ୍ଗି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ,ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ମାଧବା ନନ୍ଦ ବସ୍ତିଆ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନି ଜଣ ଡକାୟତକୁ ଧରିବାରେ ସଫଳ ହୋଇଛି ଟାଙ୍ଗି ପୋଲିସ । ଗିରଫ ତିନି ଡକାୟତ ହେଲେ ରଣପୁରର ଏସ କେ ଇମ୍ରାନ, ଖୋର୍ଦ୍ଧାର ଏମଡି ସାବୀର, ଜଟଣୀର ଏସ କେ ସନଓର (ସୋନୁ) ।

ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରେସ ମିଟ ରେ ବାଲୁଗାଁ ଏସ୍ ଡିପିଓ ସୂଚନା ଦେଇଛନ୍ତି । ଅପରପକ୍ଷରେ ଟାଙ୍ଗୀ ଥାନାରେ ୧୮୩/୨୧ ରେ ମାମଲା ରୁଜୁ କରି ୩୯୫ ଦଫାରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ତିନିଟି ମୋବାଇଲ,ଗୋଟିଏ ଆପାଚି ଗାଡ଼ି ସହ ଓଡ଼ି ୩୩ ଜେ ୮୬୧୭ ଏବଂ ଲୁଟ ହୋଇଥିବା ଗୋପି ବଲ୍ଲଭ ସାହୁଙ୍କ ପିକପ ଭ୍ୟାନକୁ ଜବତ କରିଛି ଟାଙ୍ଗୀ ପୋଲିସ।ଏହି ଘଟଣା ରେ ଆହୁରି ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଟାଙ୍ଗୀ ପୋଲିସ।