ଟାଙ୍ଗୀ-କାଳୁପଡ଼ା ରାସ୍ତା ବଡ଼ଶଙ୍ଖ ଠାରେ ଡକାୟତି,ଟଙ୍କା ଭର୍ତ୍ତି ଭ୍ୟାନିଟି ଲୁଟିବା ସହ ସ୍ୱାମୀ ସ୍ତ୍ରୀ ଗୁରୁତର

ଟାଙ୍ଗୀ,୦୭/୦୬(ବିନୁ ଦାସ୍):-ଭ୍ୟାନେଟି ବ୍ୟାଗ୍ ଝାମ୍ପିନେଲେ ଲୁଟେରା । ଭ୍ୟାନେଟି ବ୍ୟାଗ୍ ରେ ନଗଦ ୮୦ ହଜାର ଟଙ୍କା ସହିତ ଅନ୍ୟାନ୍ୟ ନଥିପତ୍ର ଥିଲା । ଆକ୍ରମଣରେ ଆହତ ଦମ୍ପତି ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଟାଙ୍ଗୀ-କାଳୁପଡା ରାସ୍ତାରେ ଏହି ଲୁଟ୍-ପାଟ୍ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଓରମି ଗ୍ରାମର ହିମାଂଶୁ ପ୍ରତାପସିଂ ଏବଂ ତାଙ୍କ ପତ୍ନୀ ସୁମିତ୍ରା ପ୍ରତାପସିଂ ଏହି ଲୁଟ୍ ର ଶିକାର ହୋଇଛନ୍ତି । ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଏହି ଦମ୍ପତି ନିଜ ବନ୍ଧୁ ଘର ଜରିପଡା ଏବଂଶ୍ୱଶୁର ଘର ରତନପୁର ଗ୍ରାମ କୁ ଯାଉଥିଲେ । ବୁଲେଟ୍ ରେ ଯାଉଥିବା ଏହି ଦମ୍ପତି କୁଂ ଆକ୍ରମଣ କରି ଟଙ୍କା ନେଇ ଲୁଟେରା ଚମ୍ପଟ ମାରିଛନ୍ତି ।ସୂଚନା ମୁତାବକ ଟାଙ୍ଗୀ ପୋଲିସ ପକ୍ଷରୁ ଛାନ୍-ବିନ୍ ଆରମ୍ଭ ହୋଇଛି ।