ମୁମ୍ବାଇ, ୧।୬: ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ସ୍ବର୍ଗତ ଆଇନଜୀବୀ ତଥା ପୂର୍ବତନ ଆଇନ ମନ୍ତ୍ରୀ ରାମ ଜେଠମାଲାନିଙ୍କ ପୁଅ ମହେଶଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଜ୍ୟସଭାର ଏମ୍ପି ଥିବା ପଦ୍ମବିଭୂଷଣ ପ୍ରାପ୍ତ ଭାସ୍କର୍ଯ୍ୟ ଶିଳ୍ପୀ ଓଡ଼ିଶାର ରଘୁନାଥ ମହାପାତ୍ରଙ୍କ ନିଧନ ପରେ ଉକ୍ତ ଆସନ ଖାଲି ପଡ଼ିଥିଲା। ରାଜ୍ୟସଭା ସାଂସଦ ଭାବେ ମହେଶ ଜେଠମାଲାନିଙ୍କ କାର୍ଯ୍ୟକାଳ ୨୦୨୪ ମେ’ରେ ଶେଷ ହେବ ।