ବାଣପୁର,୩୧/୦୫: ପିଡିଏସ ଯୋଜନାରେ ଖାଉଟିମାନେ ହିତାଧିକାରୀରୁ ଭୂତାଧିକାରୀ ହୋଇଗଲେଣି । ଅଧିକାରୀମାନେ ନିଜର ଅଧିକାରକୁ ସମ୍ମାନ ଦେଇ ହିତାଧିକାରୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି । ଏଥିରେ ହାତ ଅଛି ଜିଲ୍ଲା ସ୍ଥରୀୟ ଅଧିକାରୀ, ପ୍ରସାଶନ ତଥା ଆଞ୍ଚଳିକ ଯୋଗାଣ ଅଧିକାରୀଙ୍କ ସମେତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କର । ପ୍ରକାଶ ଥାଉକି ଗତ ୨୮/୦୫/୨୦୨୧ ରିଖ ଦିନ ବାଣପୁର ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପରିଚାଳନରେ ଗୋପୀନାଥପୁର ହୋଲସେଲ ଡିପ୍ପୋରୁ ୧୩ ଡ୍ରମ ପ୍ରାୟ ୨୬୦୦ ଲିଟର ପିଡ଼ିଏସ କିରୋସିନ ଉଠାଯାଇଥିଲା , ଯାହା ବାଣପୁର ଏନଏସି କୁ ଆସିବା ବଦଳରେ ତାହା ବଡକୂଳ ଆଡକୁ ସ୍ଥାନାନ୍ତରିତ ହେଲା । ଏହି ଘଟଣାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଅଧିକାରୀମାନଙ୍କ ବିରାଡି ରୂପରେ ଆଖି ବୁଜି ବୁଜି କ୍ଷୀର ପିଇବା କାର୍ଯ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତା ୩୧/୦୫ /୨୦୨୧ ରିଖ ଦିନ ଏହି ଖବରକୁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, ଜିଲ୍ଲା ପୋଲିସ ଏବ॰ ଯୋଗାଣ ଅଧିକାରୀ ଓ ବାଣପୁର ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ତତ୍ପରତା ପ୍ରକାଶ କରିନାହାନ୍ତି ।
ପିଡ଼ିଏସ ଏକ ଘୋଟାଲା ରୂପ ନେଇ ଅଧିକାରୀ ଓ କୁଜିନେତାଙ୍କ ମଜଲିସ ପାଲଟିଛି, ହିତାଧିକାରୀ ମାନଙ୍କୁ ବାରମ୍ବାର ଦୌଡାଇ ଫେରାଇ ହଇରାଣ କରୁଥିବା ବେଳେ ମାପ ଓଜନର ଠକେଇ ହେଉଥିବାର ଅଭିଯୋଗ ବି ଆସେ ଓ ଅଭିଯୋଗ କରିଲେ ରାସନ କାର୍ଡ କାଟିଦେବାର ଧମକ ମଧ୍ୟ ମିଳେ । ଏହି ବ୍ୟବସ୍ଥାର କାଗଜ ପତ୍ର ମହଜୁଦ ଓ ପ୍ରକୃତ ମହଜୁଦ ଅଚାନକ ତଦାରଖ ନିତ୍ୟାନ୍ତ ଆବଶ୍ୟକ ପଡୁଛି । କିଛି ହିତାଧିକାରୀଙ୍କ ଖାତାରେ ମନଇଛା ଜିନିଷ କୋଟା ପୂରଣ କରାଯାଉଛି । ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ଦୁର୍ନୀତିକୁ ନେଇ ଜନ ଆନ୍ଦୋଳନ ମୁଣ୍ଡ ଟେକୁଛି ।