ଟାଙ୍ଗୀ: ଗଣମାଧ୍ୟମ ପ୍ରତିନିଧି ମାନଙ୍କର ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ

ଟାଙ୍ଗୀ,୧୧।୦୫(ବିନୁ ଦାସ୍)- ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା ଏବଂ ଟାଙ୍ଗୀ ସରକାରୀ ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ଡାକ୍ତର ଜିତେନ୍ଦ୍ର କୁମାର ସାହୁଙ୍କ ସହଯୋଗରେ ଟାଙ୍ଗୀ ମିଡ଼ିଆ ସେବା ସଂଘ ର ସମସ୍ତ ସାମ୍ବାଦିକ ମାନଙ୍କୁ କୋଭିଡ ଟୀକାକରଣ କରାଯାଇଛି । ପ୍ରକାଶ ଥାଉକି ବର୍ତ୍ତମାନ ସାରା ଦେଶରେ ଭୟଙ୍କର ମହାମାରୀ କରୋନାକୁ ସାମ୍ନା କରୁଥିବା ବେଳେ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ୟେ ମନ୍ତ୍ରକୁ ପାଳନ କରି ସାଧାରଣ ଲୋକ ଘରେ ରହୁଥିବାବେଳେ ଡାକ୍ତର, ନର୍ସ ଏବଂ ଗଣ ମାଧ୍ୟମ ଅକ୍ଲାନ୍ତ ପରିଶ୍ରମ କରି କିଏ ସେବା ମନୋବୃତି ରେ ଜନସାଧାରଣ ଙ୍କର ପ୍ରିୟ ଭାଜନ ହେଉଥିବା ବେଳେ ଗଣ ମାଧ୍ୟମ ସର୍ବଦା ନିଜ କଲମର ଶାଣିତ ସ୍ୱର ଦ୍ୱାରା ପ୍ରତିଟି ଖବର ଲୋକଲୋଚନକୁ ଆଣିବାକୁ ନିଜ ଜୀବନକୁ ଏ ମହାମାରୀ ଯୁଦ୍ଧରେ ବାଜି ଲଗେଇ ଖବର ସଂଗ୍ରହ କରି ପାଠକ ଏବଂ ଦର୍ଶକ ମାନଙ୍କୁ ସୂଚନା ଦେଇଥାଏ। ବିଳମ୍ବରେ ହେଲେବି ରାଜ୍ୟ ସରକାର ଗଣ ମାଧ୍ୟମ କୁ କୋଭିଡ ଯୋଦ୍ଧା ହିସାବରେ ଘୋଷଣା କରିବାରୁ ମନରେ ତିଳେ ମାତ୍ର ସଙ୍କୋଚ ନକରି ନିଜର ସେବା ମନୋବୃତି ରେ ଖବର ଦିଅନ୍ତି। ତେଣୁ ଆଜିର ଟୀକା ଦାନ ଦିବସରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତତ୍-ସହିତ ଟାଙ୍ଗୀ ସରକାରୀ ମେଡିକାଲ ସୁପରିନଟେଣ୍ଡେଣ୍ଟଙ୍କୁ ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଉଛି ।