ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ମାନେ ନେଇପାରିବେ ନାହିଁ କରୋନା ଭ୍ୟାକ୍ସିନ

ଭୁବନେଶ୍ୱର : ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇପାରିବେନି। ଏସ୍‌ସିବି ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ତୁଷାରଜ୍ୟୋତି ଏପରି ସତର୍କ କରାଇଛନ୍ତି।

ଡାକ୍ତର କର କହିଛନ୍ତି କୋଭିଡ୍‌ ସମୟରେ ଗର୍ଭଧାରଣ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବାରୁ ଏପରି କରିବାକୁ କହିଛନ୍ତି। ନକେତ ମା’ ଓ ଛୁଆ ପାଇଁ ବିପଦ ବଢ଼ିବ। କୋଭିଡ୍‌ ଗାଇଡଲାଇନ୍‌ ମାନି ଗର୍ଭବତୀଙ୍କ ଅଲଟ୍ରାସାଉଣ୍ଡ କରାଇବା ଉଚିତ ବୋଲି ସେ ଅହିଛନ୍ତି।

ସେ କହିଛନ୍ତି କରୋନାରେ ମା’ ଆକ୍ରାନ୍ତ ହେଲେ ପ୍ରି’ ମ୍ୟାଚୁଅର ଡେଲିଭରି ହେଉଛି। ଗର୍ଭବତୀ କରୋନାରେ ଗୁରୁତର ହେଲେ ଏସସିବିରେ ବିଶେଷ ବ୍ୟବସ୍ଥା ହୋଇଛି। ସେଥିପାଇଁ ୩୦ଟି ସ୍ୱତନ୍ତ୍ର ବେଡ୍‌ ସହିତ ଆଇସିୟୁ ବ୍ୟବସ୍ଥା କରାଯାଇଛି। ସେହିପରି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଟିକା ନେଇପାରିବେନି। ଏପରିକି ଗୋଟିଏ ଟିକା ନେବା ପରେ ଗର୍ଭ ରହିଲେ ୨ୟ ଡୋଜ ନେବା ମନା। ପ୍ରସବ ଓ ସ୍ତନ୍ୟପାନ ଅବଧି ସରିଲା ପରେ ସେମାନେ ମୂଳରୁ ଡୋଜ ଆରମ୍ଭ କରିବେ।