ଛେଣ୍ଡିପଦା,୦୩/୦୫(ଜୟନ୍ତ ପ୍ରଧାନ): ଅନୁଗୋଳ ଜିଲ୍ଲାର NH -55 ଦେଇ ଯାଇଥିବା ଜରପଡା ବସ ଷ୍ଟାଣ୍ଡ ନିକଟରେ ଆଜି ସକାଳ ପ୍ରାୟ 5ଟା ସମୟରେ ଦେଖିବାକୁ ମିଳିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ହାଇୱା ଗାଡ଼ି ନମ୍ବର OD35C6732 ସମ୍ବଲପୁର ଅଭିମୁଖେ ଯାଉଥିଲା ଓ ଏକ ଆଇଚର ଗାଡ଼ି ନମ୍ବର OD02E5127 ଅନୁଗୋଳ ଅଭିମୁଖେ ଯାଉଥିବା ସମୟରେ ହଠାତ ମୁହାଁମୁହିଁ ଧକ୍କା ହୋଇଥିଲେ ଓ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିଲା ଯେ ଆଇଚର ଗାଡ଼ି ର ଡ୍ରାଇଭର ସମ୍ପୂର୍ଣ୍ଣ ଭାବରେ ଚାପି ହୋଇ ଯାଇଥିଲେ ଓ ସେହି ଅଞ୍ଚଳର ସ୍ଥାନୀୟ ବାସିନ୍ଦାଙ୍କ ସାହାଯ୍ୟ କ୍ରମେ ଡ୍ରାଇଭରଙ୍କୁ ଉଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା । ସୂଚନାଯୋଗ୍ୟ ଯେ ହାଇୱା ଡ୍ରାଇଭର ସାମାନ୍ୟ ଆଘାତ ହୋଇଛନ୍ତି ଓ ଆଇଚର ଗାଡ଼ିର ଡ୍ରାଇଭର ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଏଭଳି ସାହାଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ସାଧୁବାଦ ଜଣାଇଥିଲେ ।