ଗୁଣପୁର ପୋୖର ପରିଷଦ ପକ୍ଷରୁ ଜନସଧାରଣଙ୍କୁ ସଚେତନ ଓ ପୋଲିସ ର ପେଟ୍ରୋଲିଂ ।

ଗୁଣପୁର,୧୯/୦୪(ସିଦ୍ଧାର୍ଥ ଦାସ) -କରୋନା ସଂକ୍ରମଣର ଦ୍ବିତୀୟ ଲହରିରେ ଦେଶେରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ହେତୁ ରାଜ୍ୟ ପ୍ରଚାଳନା ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ନିମନ୍ତେ ସମସ୍ତ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି କ୍ରମରେ ଗୁଣପୁର ପୋୖର ପରିଷଦ ପକ୍ଷରୁ ଜନସଧାରଣଙ୍କୁ ସଚେତନ ର ବାର୍ତ୍ତା ଦିଆଯାଇଛି । ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଗୁଣପୁର ସହରରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଏବଂ ରାତ୍ର ୯ଘଣ୍ଟା ଠାରୁ ସକାଳ ୫ଘଣ୍ଟା ପର୍ଯ୍ୟନ୍ତ ଜାରି କରାଯାଇଥିବା ନାଇଟ କର୍ଫ୍ୟୁ କୁ ପାଳନ କରିବାକୁ ଅନୁରୋଧ କରାଯାଇଛି । ଯଦି କେହି ଏହାକୁ ଉଲଂଘନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ମଧ୍ୟ ଦିଆଯାଇଛି ।ସୂଚନା ପରେ ଆଜି ରାତ୍ର୯ଘଣ୍ଟା ସମୟରେ ଗୁଣପୁର ପୋଲିସ ପକ୍ଷରୁ ନାଇଟ କର୍ଫ୍ୟୁ ଜନିତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ।ପୋଲିସ ର ପେଟ୍ରୋଲିଂ ସମୟରେ ଯେଉଁ ଦୋକାନ ଖୋଲା ଥିଲା ସେଗୁଡିକ ବନ୍ଦ କରିବା ନିମନ୍ତେ କୁହାଯାଇଥିଲା ।ମୋଟା ମୋଟି ଭାବେ ଗୁଣପୁର ଠାରେ ଆଜିର ନାଇଟ କର୍ଫ୍ୟୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ସଫଳ ହୋଇଛି । ଅତ୍ୟା ଵଶ୍ୟକ ସ୍ଥଳେ ଯେଉଁ ମାନେ ଏହି ସମୟରେ ବାହାରକୁ ବାହାରିବେ ସେମାନଙ୍କ ପରିଚିୟ ପତ୍ର ଏବଂ କାର୍ଯ୍ୟ କୁ ତଦାରଖ କରିବା ପରେ ଯିବାକୁ ଅନୁମତି ଦିଆଯିବ ଏବଂ ଏହି ସମୟରେ ଗୁଣପୁର ସହରାଞ୍ଚଳର ପୁରୁଣା ବସ ଷ୍ଟାଣ୍ଡ,ବାଇ ପାସ ଛକ ଓ ପୁରୁଣା ଗୁଣପୁର ଛକ ସମେତ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ର ବସନାଗୁଡା ଛକ ଏବଂ କାଟିକି ଠାରେ ତା ତନଖି ଫାଟକ ଖୋଲା ଯାଇଥିବା ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମୋନଜ ବେହେରା ସୂଚନା ଦେଇଛନ୍ତି ।