ଭୁବନେଶ୍ବର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ୧୯ରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ। ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ।
କରୋନା ସଂକ୍ରମଣ ଏବେ ଉପର ମୁହାଁ ହୋଇ ଗତି କରୁଛି। ଏପରି ସ୍ଥିତିରେ ଗତକାଲି ରାଜ୍ୟ ସରକାର ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ ହେବା ନେଇ ନିୟମ ଜାରି କରିଛନ୍ତି। ଏପରି ସ୍ଥିତିରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଫଲାଇନ୍ ପାଠପଢା ଜାରି ରହିଲେ କୋଭିଡ୍ ସଂକ୍ରମଣ ବ୍ୟାପିବାର ଭୟ ରହୁଛି। ତେଣୁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି।