ମରାମତି ହେଲା ମରଣଜନ୍ତା ରେଳଫାଟକ

କାଳୁପଡ଼ା ଘାଟ:-୧୯/୦୩(ବିନୁ ଦାସ୍)ପୂର୍ବତଟ ରେଳବାଇ ଅଧିନସ୍ଥ ଖୋର୍ଦ୍ଧା ରୋଡ଼ ଡିଭିଜନର କାଳୁପଡ଼ା ଘାଟ ରେଳଷ୍ଟେସନ ଅନ୍ତର୍ଭୁକ୍ତ ପ୍ରମୁଖ ରେଳବାଇ ଗେଟ୍ ର ରାସ୍ତା ମରଣଜନ୍ତା ପାଲଟିଥିଲା। ସବୁଦିନ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିଲା। ବହୁ ପୁରାତନ ସ୍ଲାବ ଗୁଡିକ ମରାମତି ନକରି ରେଳବିଭାଗ ସେହି ଗେଟ୍ ରାସ୍ତା ଦେଇ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସୁବିଧାକୁ ନଜର ନଦେଇ ସଦାବେଳେ ଅବହେଳା ପ୍ରଦର୍ଶନ କରୁଥିଲେ ବିଭାଗୀୟ ବରିଷ୍ଠ ଅଧିକାରୀ। ଆମ୍ଭର ଏକ ଶୀର୍ଷକ ‘କାଳୁପଡ଼ା ଘାଟ ରେଳବାଇ ଗେଟ୍ ଶୋଚନୀୟ’ଖବର କୁ ସ୍ଥାନ ଦେଇଥିଲୁ। ପରବର୍ତ୍ତୀ ସମୟରେ ଆମ ପ୍ରତିନିଧି ରେଳବିଭାଗ ଉପରିସ୍ଥ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ବି ତିନିଦିନରେ ମରାମତି ହେବ କହି ନିରବ ରହିଥିଲେ । ପୁନର୍ବାର ଆମ ପ୍ରତିନିଧି ଗୁରୁବାର ଦିନ ଖୋର୍ଦ୍ଧା ଡିଭିଜନର ଡିସିଏମ,ରେଳବାଇ ଥାନା ଅଧିକାରୀ ମହେଶ୍ୱର ଚନ୍ଦ୍ର ରାୟ,ବାଲୁଗାଁ ଆଇଡବ୍ଲୁ ଭେଙ୍କଟ ରାଓ, ଏନ୍ ବାଲୁଗାଁ ଙ୍କର ଦୃଷ୍ଟି ଆକର୍ଷଣ ସହ ସ୍ଥାନୀୟ ଜନସାଧାରଣ ଙ୍କୁ ସାମିଲ କରି ଅଭିଯୋଗ କରିଥିଲେ। ବାଧ୍ୟହୋଇ ରେଳବିଭାଗ ଜନସାଧାରଣ ଙ୍କର ସମସ୍ୟା ଦେଖି ଯୁଦ୍ଧ କାଳୀନ ମରାମତି କାର୍ଯ୍ୟ ସମ୍ପାଦନ କରିଥିବାରୁ ଅଞ୍ଚଳବାସୀ ରେଳବାଇ କୁ ସାଧୁବାଦ ଜଣାଇଛନ୍ତି ।