ଗୁଣପୁର ଠାରେ ୫୮ ତମ ରାଜ୍ୟ ସ୍ତରୀୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ର ସମ୍ମିଳନୀ ଅନୁଷ୍ଠିତ ।

ରାୟଗଡା,(ସିଦ୍ଧାର୍ଥ ଦାଶ) ରାୟଗଡା ଜିଲ୍ଲା ଗୁଣପୁର ପୋୖର ପରିଷଦର ସଦର ଠାରେ ରହିଥିବା ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ଠାରେ ଆଜି ସକାଳ 11 ଘଣ୍ଟା ସମୟ ରେ ଓଡିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ର ୫୮ ତମ ରାଜ୍ୟ ସ୍ତରୀୟ ସମ୍ମିଳନୀ ପଦ୍ମଶ୍ରୀ ପୁରସ୍କାର ମୋନାନୀତା ତଥା ସମାଜସେବୀ ଶ୍ରୀମତୀ ଶାନ୍ତି ଦେବୀଙ୍କ କରକମଳରେ ଉଦ୍ଘାଟିତ କରି ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ହୋଇଥିବା ବେଳେ ସଂଘ ର ସଭାପତି , ଉପ ସଭାପତି , କାର୍ଯ୍ୟକାରୀ ସଭାପତି , ସମ୍ପାଦକ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସର ରେ ଆୟୋଜିତ ସାଧାରଣ ସଭା ରେ ସାଧାରଣ ସମ୍ପାଦକଙ୍କ ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ପରେ ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆଲୋଚ୍ୟ ପ୍ରସଙ୍ଗର ଶୀର୍ଷରେ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କୁ ତୁରନ୍ତ ସ୍ଥାୟୀ କରିବା, ଆଇ. ଟି.ଆଇ. କର୍ମଚାରୀଙ୍କୁ ଲାଇନ ମ୍ୟାନ ସି ରେ ନିଯୁକ୍ତି ଦେବା, ଟେକନିକାଲ କର୍ମଚାରୀ ଙ୍କ ଦରମା ୨୮୩୦ ଟଙ୍କା ଓ ହେଡ଼କ୍ଲାର୍କ ଙ୍କ ଦରମା ୪୨୦୦ ଗ୍ରେଡ ପେ କରିବା, ଟାଟା ପାୱାର ଅଣ ଓଡ଼ିଆ ମାନଙ୍କୁ ନିଯୁକ୍ତି ବନ୍ଦ କରିବା , ୟାଡ଼ସ୍ଟିକ୍ ପରିବର୍ତ୍ତନ , ଓ ପି ଟି ସି ଏଲ ଜେଟି ମାନଙ୍କୁ ଓଡିଶା ଭିତରେ ବଦଳି ତୁରନ୍ତ ବନ୍ଦ କରିବା ପ୍ରଭୁତି ବିଷୟ ନେଇ ଆଲୋଚନା କରାଯାଇଥିଲା । ଗୁଣୁପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଗୁଣୁପୁର ଡିଭିଜନ ର ସମ୍ପାଦକ ଶ୍ରୀ ଅଜିତ୍ ପଣ୍ଡା , ଅକ୍ଷୟ ପଣ୍ଡା ପରିଚାଳନା କରିଥିବା ବେଳେ ଗୁଣୁପୁର ଡିଭିଜନ କର୍ମଚାରୀ ମାନେ ଏହାକୁ ସହଯୋଗ କରିଥିଲେ ।