ସରଳ ହେଲା ଡ୍ରାଇଭିଂ ଲାଇସେନ୍ସ ନିୟମ : ଅନଲାଇନରେ ହୋଇପାରିବ ଆବେଦନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସ ନବୀକରଣ ଓ ଆବେଦନ ନିୟମରେ କିଛିଟା ପରିବର୍ତ୍ତନ ଆଣିଛନ୍ତି। ନୂଆ ନିୟମ ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଓ ରିନ୍ୟୁଆଲ ପାଇଁ ଆରଟିଓ ଅଫିସ ଯିବାକୁ ପଡିବ ନାହିଁ। ଏସବୁ ଅନଲାଇନରେ କରାଯାଇପାରିବ।

ଦେଶର ପ୍ରାୟ ସବୁ ରାଜ୍ୟରେ ପରିବହନ ବିଭଗ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଏବେ ସ୍ଲଟ ବୁକ୍ ହେବା କ୍ଷଣି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବାକୁ ପଡୁଛି। ଟଙ୍କା ଜମା କରିବା ପରେ ଡ୍ରାଇଭିଂ ଟେଷ୍ଟ ପାଇଁ ଗାଡି ଚାଲକଙ୍କ ସୁବିଧା ଅନୁସାରେ ତାରିଖ ଉପଲବ୍ଧ ହୋଇପାରୁଛି।

କେମିତି ପାଇବେ ଲାଇସେନ୍ସ ସମ୍ବନ୍ଧୀୟ ସେବା- ପ୍ରଥମେ ପରିବହନ ବିଭାଗର ୱେବସାଇଟକୁ ଯାଇ ଡ୍ରାଇଭିଂ ଲାଇସେନ୍ସ ସେବା ଉପରେ କ୍ଲିକ୍ କରନ୍ତୁ। ଫର୍ମ ପୂରଣ ସମୟରେ ଡିଏଲ ନମ୍ବର ସହିତ ବ୍ୟକ୍ତିଗତ ସୂଚନା ଦିଅନ୍ତୁ। ଏହାଛଡା ଡ୍ରାଇଭିଂ ଲାଇସେନ୍ସ ସହିତ ଜଡିତ ଅଧିକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ୱେବସାଇଟରେ ଅପଲୋଡ୍ କରିବାକୁ ହେବ। ଆରଟିଓ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ବିବରଣୀ ଯାଞ୍ଚ କରିବା ପରେ ଏସବୁ କାଗଜପତ୍ର ଯାଞ୍ଚ ହେବା ପରେ ଲାଇସେନ୍ସ ନବୀକରଣ ହେବ। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଆବେଦନକାରୀଙ୍କୁ ଅନଲାଇନ୍ ପରୀକ୍ଷାରେ ଭାଗ ନେବାକୁ ଆରଟିଓ କାର୍ଯ୍ୟାଳୟକୁ ଯିବାକୁ ପଡିବ। ୧୦ମିନିଟର ପରୀକ୍ଷାରେ ୧୦ଟି ପ୍ରଶ୍ନ ଟ୍ରାଫିକ ନିୟମ ବିଷୟରେ ପଚରାଯିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ପାଇଁ ଅତି କମରେ ୬ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏହା ପରେ ଘରେ ବସି ଲାଇସେନ୍ସକୁ ପ୍ରିଣ୍ଟ କରାଯାଇପାରିବ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ଝାଡଖଣ୍ଡ ଭଳି ରାଜ୍ୟ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଗାଡି ପଞ୍ଜିକରଣ ପାଇଁ ଏହି ନିୟମ ଲାଗୁ କରିଛନ୍ତି। ଅନ୍ୟ କେତେକ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କେବଳ ଅନଲାଇନ ଆବେଦନକୁ ସ୍ୱୀକୃତି ମିଳିଛି। ବିହାର, ୟୁପି ଓ ଦିଲ୍ଲୀ-ଏନସିଆରରେ ଏହି ସୁବିଧା ଆରମ୍ଭ ହୋଇଛି। ଦୁର୍ଘଟଣା ରୋକିବାକୁ ମଧ୍ୟପ୍ରଦେଶର ପ୍ରତି ଜିଲ୍ଲାରେ ଡ୍ରାଇଭିଂ ସେଣ୍ଟର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ବିହାରରେ ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀ ପରୀକ୍ଷା ଦେବା ପରେ ଅନଲାଇନରେ ଲାଇସେନ୍ସ ପାଇ ପାରୁଛନ୍ତି।