ରାଶିଫଳ (ସୋମବାର) ୨୫ ତାରିଖ ୨୦୨୧

ମାଘ (ମକର) ୨୫ ତାରିଖ ୨୦୨୧
ମେଷ – ଉଚ୍ଚାଭିଳାସୀ ହେବେ। ମନ ପ୍ରଫୁଲ୍ଲ ରହିବ। ସହଯୋଗ ପ୍ରାପ୍ତି ହେବ।
ବୃଷ – ଅନାଦର ଶିକାର ହେବେ। ମନ ଆନ୍ଦୋଳିତ ହେବ। ସହଯୋଗ କମ ମିଳିବ।
ମିଥୁନ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଭଲରେ କଟିପାରେ।
କର୍କଟ – ଧନକ୍ଷୟ ଘଟିପାରେ। ସତର୍କ ରୁହନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ସିଂହ – କାର୍ଯ୍ୟ ସଫଳ ହେବ। ଧନପ୍ରାପ୍ତି ଯୋଗ ରହିଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ।
କନ୍ୟା – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ତୁଳା – ଭକ୍ତିଭାବ ଜାଗ୍ରତ ହେବ। କୌଣସି ମନ୍ଦିର ଦର୍ଶନ କରିପାରନ୍ତି। ସେବା କରିବାର ସୁଯୋଗ ମିଳିବ।
ବିଛା – ଶାରୀରିକ ପୀଡା ଦେଖାଦେଇପାରେ। ନିଜର ଯତ୍ନ ନିଅନ୍ତୁ। ହନୁମାନ ଚାଳିଶା ପଥ କରନ୍ତୁ।
ଧନୁ – ବନ୍ଧୁ ମିଳନ ଘଟିବ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ। ଉତ୍ସାହ ବୃଦ୍ଧି ହେବ।
ମକର – କ୍ରୋଦ୍ଧ ଜାଗ୍ରତ ହୋଇପାରେ। ସ୍ଥିର ମନରେ କାର୍ଯ୍ୟ କରନ୍ତୁ। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ।
କୁମ୍ଭ – ପରଚର୍ଚ୍ଚା କରିପାରନ୍ତି। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ମୀନ – ବାଦବିବାଦ ଭିତରେ ଦିନଟି କଟିବ। ମନ ଆନ୍ଦୋଳିତ ହୋଇପାରେ। ପାରିବାରିକ ସହଯୋ ମିଳିବ।