ଖୋର୍ଦ୍ଧା,୨୮।୦୯ :ଖୋର୍ଦ୍ଧା ତାପଙ୍ଗ ହାତିଆ ମୁଣ୍ଡିଆକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଲା ପ୍ରଶାସନ। ଟୁରିଷ୍ଟ ଡେଷ୍ଟିନେସନର ଆଖ୍ୟା ଦେଇ ଛୁଟୁଥିଲେ ଯୁବପୀଢ଼ି। ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ଗହଳି ଲାଗୁଥିବା ବେଳେ ଏଠାରେ କିନ୍ତୁ ପାଦେ ପାଦେ ବିପଦ ରହିଛି। ଆଖି ଲାଖି ଯାଉଥିବା ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ସବୁଦିନ ପର୍ଯ୍ୟଟକଙ୍କ ଗହଳି ଲାଗୁଥିବା ବେଳେ ଏଠାରେ କିନ୍ତୁ ପାଦେ ପାଦେ ବିପଦ। ସ୍ଥାନୀୟ ଅଞ୍ଚଳ ଏକ ପଥର ଖଣି ହୋଇଥିବାବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ରହିଛି । ତେଣୁ ହାତିଅ ମୁଣ୍ଡିଆ ପଥର ଖଣି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଆଜିଠାରୁ କେହି ତାପଙ୍ଗ ବୁଲି ନ ଯିବାକୁ ସତର୍କ କରିଛି ଜିଲ୍ଲା ପ୍ରଶାସନ । ବାରଣ ସତ୍ତ୍ୱେ ଯଦି କେହି ବୁଲିବାକୁ ଆସନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ସୂଚନଯୋଗ୍ୟ, ହାତିଆ ମୁଣ୍ଡିଆର ଅନେକ ଭିଡିଓ ଏବଂ ଚିତ୍ତାକର୍ଷକ ଫଟୋ ସୋଶାଲ ମିଡିଆରେ ଦେଖି ଏଠାକୁ ପର୍ଯ୍ୟଟକଙ୍କ ଗହଳି ଲାଗୁଥିଲା। କେହି କେହି ଏହାକୁ ଓଡ଼ିଶାର ଲଦାଖ ବୋଲି ମଧ୍ୟ କହିବାକୁ ପଛାଉ ନାହାନ୍ତି। କିନ୍ତୁ ହାତିଆ ମୁଣ୍ଡିଆ ଅଞ୍ଚଳ ଏକ ପଥର ଖାଦାନ ହୋଇଥିବାବେଳେ ବର୍ଷା ପରଠୁ ଏଠାରେ ପାଣି ଜମି ରହିଛି। ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଏହି ଅଞ୍ଚଳରେ ପାଦେ ପାଦେ ବିପଦ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।