ବଲାଙ୍ଗୀର,୧୭।୦୯ : ପୁଣି ଆଉ ଜଣେ କରୋନା ଯୋଦ୍ଧାଙ୍କ ଜୀବନ ନେଲା କରୋନା । ବଲାଙ୍ଗୀର ଜିଲ୍ଲା ପୋଲିସ ବିଭାଗର ଏସପି ଅଫିସର ଭାବେ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିଲେ ବିଜୟାନନ୍ଦ କରକରା । ଗତ ୧୦ ତାରିଖରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ବଲାଙ୍ଗୀର ପୋଲିସ ଅଫିସର୍ସ ଆସୋସିଏସନ, ହାବିଲଦାର , କନେଷ୍ଟବଳ ଆସୋସିଏସନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।