ଭଟ୍ଟାରିକା ମନ୍ଦିର ପରିସରରେ ପଶିଲା ବନ୍ୟା ଜଳ ।

ବଡମ୍ବା,୨୮/୦୮ :ହୀରାକୁଦ ଗେଟ ଖୋଲା ଯିବା ପରେ ମହାନଦୀର ଜଳ ସ୍ଥଳ ଧୀରେ ଧୀରେ ବୃଦ୍ଧି ପାଇଥିଲା, ଜାହା ଫଳଲେ ଗତ କାଲି ବିଳମ୍ବିତ ରାତିରେ ବଡମ୍ବାର ପ୍ରସିଦ୍ଧ ଶକ୍ତି ପୀଠ ମା ଭଟ୍ଟାରିକା ମନ୍ଦିର ଭିତରେ ଏ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି. ବର୍ତ୍ତମାନ ମନ୍ଦିର ଭିତରେ ୩ ଫୁଟ ର ପାଣି ପ୍ରବାହିତ ହେଉଛି, ମନ୍ଦିରରେ ବନ୍ୟା ଜଳ ପ୍ରବେଶ ଫଳରେ ମା ଠାକୁରାଣୀକୁ ପାହାଡ଼ ଉପରେ ଥିବା ପୂଜା ଗୃହ କୁ ସ୍ଥାନାନ୍ତରିତ ହୋଇଛି, ପାଣି ନକମିବା ପଯ୍ୟନ୍ତ ସେଠାରେ ବର୍ତମାନ ପାଇଁ ପୂଜା କାର୍ଯ୍ୟ ଚାଲିବ ବୋଲି ସ୍ଥାନୀୟ ତହସିଲଡାର ପ୍ରକାଶ କରିଛନ୍ତି।