ବାଲୁଗାଁ ଓ ବାଣପୁରରେ ସ୍ଟ୍ରୀଟ ଲାଇଟ ମାଳ ମାଳ ଅନ୍ଧାର କିଟି କିଟି ।

ବାଣପୁର,ବାଲୁଗାଁ, ୨୮।୦୮ : ଆଜି ଓଡିଶା ସରକାର ସହରାଞ୍ଚଳର ବିକାଶ ପାଇଁ ପ୍ରାଥମିକତା ଦେଉଥିବା ବେଳେ ବିକାଶର ଏକ ପ୍ରମୁଖ ଅଂଶ ସହର ଆଲୋକି କରଣ । ଓଡିଶା ସହର ମାନଙ୍କର ଆଲୋକି କରଣର SUDA ( State Urban Devlopment Agency ) ଦାୟୀତ୍ୱ ନେଇ ଏହାର ପରିଚାଳନା କାମ ବୁଝୁଥିବା ବେଳେ ଆଜିର ଦିନରେ ଶହ ଶହ ସ୍ଟ୍ରୀଟ ଲାଇଟ ଖୁଣ୍ଟରେ ନାମକୁ ମାତ୍ର ଲାଇଟ ଲାଗିଛି ଯାହା ଦୀର୍ଘଦିନ ଧରି ଅନ୍ଧାର ହୋଇ ରହୁଛି । ଯାହାଦ୍ୱାରା ଏହି କରୋନା ସମୟରେ କାମଧନ୍ଧା ହରାଇ ବେକାରୀମାନଙ୍କର ଉଧୌତ୍ୟ ବଢିବାରେ ଲାଗିଛି । ଅନ୍ଧାରର ସୁଯୋଗ ନେଇ ଚୋରୀ,ଦାରୀ ଚୋରା ମଦ ବେପାରୀଙ୍କ ପରି ଅନେକ ଅସାମାଜିକ କୀର୍ଯ୍ୟକଳାପ ମାତ୍ରା ବଢି ଚାଲିଛି । ଏହି ସମ୍ପର୍କୀତ ଅଭିଯୋଗ SUDA ଙ୍କୁ ଜଣାଇଲେ SUDA ସମ୍ପ୍ରୁକ୍ତ କଣ୍ଟାକଟରଙ୍କର ନମ୍ବର ଦେଇ ରସ୍ମୀ ସତପଥି ନାମକ ବ୍ୟକ୍ତିଙ୍କ ସହିତ ଯୋଗା ଯୋଗ କରିବା ପାଇଁ କୁହନ୍ତି କିନ୍ତୁ ଯୋଗୋ ଯୋଗ କଲେ ସତପଥି ବାବୁଙ୍କର ଖାମ ଖିଆଲି କଥା ବାର୍ତ୍ତା ଅତି ନିନ୍ଦନୀୟ । ଏ ପ୍ରକାର କାର୍ଯକଳାପରେ ସାଧାରଣ କରଦେଉଥିବା ବେଳେ ଅସନ୍ତୋଷ ହୋଇ ଆନ୍ଦୋଳନର ଦାନା ବାନ୍ଧୁଛି ।