ତ୍ୱଚା ପାଇଁ ମହୁ କେତେ ଉପକାରୀ ?

ଶୁଷ୍କ ତ୍ଵଚା ପାଇଁ ମହୁ ଏକ ଉତ୍ତମ ମଶ୍ଚରାଇଜର୍ ପରି କାମ କରିଥାଏ। ବ୍ରଣ, ଦାଗ ସହ ସନ୍-ଟ୍ୟାନ୍ ଦୂର କରିବାରେ ମହୁ ପ୍ୟାକ୍ ସାହାଯ୍ୟ କରେ। ସପ୍ତାହକୁ ୨-୩ଥର ମହୁ ପ୍ୟାକ୍ ଲଗାଇଲେ ଏହାର ଫରକ୍ ଜାଣିପାରିବେ।

୧- ମହୁ ୧ ଚାମଚ, କଞ୍ଚା ଖିର ୧ଚାମଚ, ବେସନ ୧ଚାମଚ, ତୁଳସୀ ରସ ଅଧ ଚାମଚ ମିଶାଇ ପ୍ୟାକ୍ ଭଳି ତ୍ଵଚାରେ ଲଗାଇ ଶୁଖିବା ପରେ ଧୋଇନେବେ। ଏହି ପ୍ୟାକ୍ ତ୍ଵଚା କୋମଳତା ନିମନ୍ତେ ସହାୟକ ହୁଏ।

୨- ସନ୍-ଟ୍ୟାନ୍ ନିମନ୍ତେ ମୁଲତାନି ମାଟି, ମହୁ ଓ ଗୋଲାପଜଳର ପ୍ୟାକ୍ ୨୦ ମିନିଟ୍ ତ୍ଵଚାରେ ଲଗାନ୍ତୁ। ରଙ୍ଗ ସଫା ପାଇଁ ଏହି ପ୍ୟାକ୍ ନିୟମିତ ଲଗାଇଲେ ସୁଫଳ ମିଳେ।

୩- ତ୍ଵଚା ଅଧିକ ଶୁଷ୍କ ଥିଲେ, ଶୁଦ୍ଧ ମହୁ ଲଗାଇ ୩୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇନେବେ। ଦୈନିକ ଏଇ ଉପାୟ କଲେ ଶୀଘ୍ର ଫରକ୍ ଜାଣିପାରିବେ।

୪- ତ୍ଵଚା ସହ କେଶର ଘନତ୍ଵ ଓ କେଶ ଝଡ଼ା ବନ୍ଦ କରିବାରେ ମହୁର ଭୂମିକା ଗୁରୁତ୍ବପୂର୍ଣ୍ଣ। ଦହି ଓ ମହୁ ମିଶାଇ ପ୍ୟାକ୍ ଭଳି କେଶ ମୂଳରେ ଲଗାଇ ୩୦ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ। ଏହି ଉପାୟରେ ରୁପି ଓ କେଶ ଝଡିବା ସମସ୍ୟା କମ୍ ହୋଇଥାଏ।