ଚିଲିକା,୧୦।୦୮ : ଭିଜିଲାନ୍ସ ଜାଲରେ ଆଜି ଧରାପଡିଛନ୍ତି ଚିଲିକା ଡିଏଫ୍ଓ ଆଲୋକ ରଞ୍ଜନ ହୋତା। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ବାଲୁଗାଁସ୍ଥିତ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରିଛି। ଏହାଛଡା ରାଜଧାନୀ ଭୁବନେଶ୍ଵର ଖଣ୍ଡଗିରି, ଡୁମଡୁମା, ଚନ୍ଦ୍ରଶେଖର ଘର ସମେତ ଜଗତସିଂହପୁର ବିରିଡି ଚାଷୀଖଣ୍ଡସ୍ଥିତ ପୈତୃକ ଘର ଓ ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି। ଏହି ରେଡ୍ ସମୟରେ ବ୍ୟାଙ୍କ ପାସବୁକ୍, ବ୍ୟାଙ୍କ ଲକର୍, ସୁନା ଓ ଦାମୀ ଗାଡି ମିଳିଥିବା ସୂଚନା ରହିଛି।