ଭୁବନେଶ୍ୱର,୩୦।୦୭:ସମାଜସେବୀ ତଥା ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ପୁଲିସ ଡିଜି ଅଭୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୭ ତାରିଖ ସକାଳେ ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ସ୍ଥାନୀୟ ଲିଙ୍ଗରାଜ ରେଳଲାଇନରୁ ଉଦ୍ଧାର କରାଯାଇଥିଲା । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ତଦନ୍ତ ଜିଆରପି କରୁଥିବା ବେଳେ ଏହାର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ମାଗିଛନ୍ତି NHRC । ପୁଲିସ୍ କମିଶନରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି NHRC । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ସହ ଆଦିତ୍ୟଙ୍କ ମୃତ୍ୟୁ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜଣାଇବାକୁ ମଧ୍ୟ ନିର୍ଦ୍ଦେଶନାମାରେ କୁହାଯାଇଛି।