ଗଞ୍ଜାମ ୨୬ / ୦୭ : ଗଞ୍ଜାମ ବ୍ଲକ ହୁମ୍ମା ଗ୍ରାମରେ ତିନିଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଗ୍ରାମ କୁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମୋହନ ସାହୁ । ତିନି ଜଣ ସଂକ୍ରମିତ ବ୍ୟକ୍ତିଙ୍କୁ ଗଡ଼ହୁମ୍ମା ସ୍ଥିତ କୋଭିଡ କେୟାର ସେଣ୍ଟରରେ ରଖି ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି। ଅନ୍ୟପଟେ ହୁମ୍ମା ଗ୍ରାମର ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ , ସମିତିସଭ୍ୟ ଗୌତମ ପଲାଇଙ୍କ ଗୁରବାର ବିଳମ୍ବିତ ରାତ୍ରରେ ଚିକିତ୍ସା ଅବହେଳାରୁ ପରଲୋକ ଘଟିଥିବା ବେଳେ ମୃତ୍ୟୁ ପରେ ତାଙ୍କର କରୋନା ସଂକ୍ରମିତ ରିପୋଟ ଆସିଥିଲା। ତାଙ୍କ ଶବ ସତ୍କାର କରିଥିବା ବ୍ୟକ୍ତି ମାନଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି ପଞ୍ଚାୟତ ପ୍ରଶାସନ ପକ୍ଷରୁ କୁହାଯାଇଛି।