ଭୁବନେଶ୍ଵର : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଓପିଡିକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ସତର୍କତାମୂଳକ ପଦକ୍ଷେପ ସୂରୂପ ଜଣେ ରୋଗୀଙ୍କ ସହ କେବଳ ଜଣେ ଆଟେଣ୍ଟାଣ୍ଡଙ୍କୁ ଆସିବାକୁ ଅନୁମତି ଦିଆଯାଇଛି। ସେମାନେ ଗୋଟିଏ ଗେଟ୍ ଦେଇ ମେଡିକାଲରେ ପ୍ରବେଶ କରିବେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସିଡିଏମଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।