କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର ୦୮।୦୬ : କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି।

ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ ଓ ଭଦ୍ରକ ଜିଲ୍ଲାର ଜଣେ ଥିବା ଜଣାଯାଇଛି। ଫଳରେ ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦ ଛୁଇଁଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ। ସେହିପରି ଭଦ୍ରକରେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୨କୁ ବୃଦ୍ଧି ପାଇଛି।