ଆଠମଲ୍ଲିକ, ତା 14/06/25 -ଓଡିଶା ରକ୍ତକେନ୍ଦ୍ର, ଆଠମଲ୍ଲିକ ଆନୁକୂଲ୍ୟରେ ଶନିବାର ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳନ ହୋଇଯାଇଛି l ତତସହିତ ସ୍ବେଛାସେବୀ ସଂଗଠନ ମାନଙ୍କ ସହଯୋଗରେ ଏକ ସ୍ବେଛା୍କୃତ ରକ୍ତଦାନ ଶିବିର ଆୟୋଜନ କରି ସମୁଦାୟ 42 ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ l ଓଡିଶା ରକ୍ତକେନ୍ଦ୍ର ଅଧିକାରୀ ଡ଼ଃ ଅନୀଲ କୁମାର ଦେ ଶିବିର ପରିଚାଳନା କରିଥିବା ବେଳେ ଅସ୍ଥିଶଲ୍ୟ ଡାକ୍ତର ଡ଼ଃ ଆଶୁତୋଷ ମିଶ୍ରଙ୍କ ସହିତ ନିଜେ ମଧ୍ୟ ରକ୍ତଦାନ କରି ମହାନତା ଦେଖାଇଥିଲେ l ଡ଼ଃ ପିନାଲି ଦାସ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଡ଼ଃ କୁମାର ସୌରଭ ସବ୍ୟସାଚୀ ବେଉରା ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଡାକ୍ତରଖାନା କର୍ମଚାରୀ ରବୀନ୍ଦ୍ର ନାଥ ମହାନ୍ତି, ରାକେଶ ଦତ୍ତ ନାମ ପଞ୍ଜିକରଣ କରିଥିବା ବେଳେ, ମୁକେଶ କୁମାର ଦେହୁରୀ, ସୁଶାନ୍ତ କୁମାର ସାହୁ, ନର୍ସିଙ୍ଗ ଅଫିସର ପ୍ରିୟଦର୍ଶିନୀ ସାହୁ ରକ୍ତ ସଂଗ୍ରହ କରିଥିଲେ l ମୋଟିଭେଟର ରାଧାମୋହନ ତ୍ରିପାଠୀ, ସମାଧାନ ସମ୍ପାଦକ ବିନୟ କୁମାର ପଟ୍ଟନାୟକ, ତପନ ବେହେରା, ଶତ୍ରୁଘ୍ନ ସାହୁ, ସୁଶାନ୍ତ କୁମାର ସାହୁ, ରମେଶ ମହାନ୍ତି, ଭଗବାନ ନାଏକ, ଦିଗେସ ମହାକୁଡ଼, ପ୍ରଶାନ୍ତ ବିଶି, ବିପିନ ନାଏକ ଗିରିଶ ଭୁକ୍ତା ପ୍ରମୁଖ ସ୍ବେଛାସେବୀମାନେ ସମସ୍ତ ଆୟୋଜନ କରିଥିଲେ l ସମାଧାନ, ଆଠମଲ୍ଲିକ, ଗୋପବନ୍ଧୁ ସେବା ସଂଗଠନ, ଗୌତମପୁର, ମାଧପୁର ଅଥଲେଟିକ ଆସୋସିଏସନ, ଜୀବନ ଜ୍ୟୋତି, ଓଡିଶା, ରକ୍ତଦାତା ସଂଘ, ଠାକୁରଗଡ଼, ଶ୍ରୀ ଶ୍ରୀ ବିଶ୍ୱକର୍ମା ଛୋଟ ଗାଡି ମାଲିକ ସଂଘ, ଠାକୁରଗଡ଼, ଆଠମଲ୍ଲିକ ରକ୍ତଦାତା ସଂଘ, ଦିବ୍ୟଜ୍ୟୋତି ଜୀବନ ସଂଘ, ଅରଖକୁଦ, ବଜରଙ୍ଗବାଲି ସଂଘ, ବିନିକେୟୀ ଇତ୍ୟାଦି ସଂଘଠନ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା l ଆଗାମୀ ଦିନରେ ବହୁଳ ମାତ୍ରାରେ ରକ୍ତଦାନ ଶିବିର କରି ରକ୍ତର ଅଭାବକୁ ପୂରଣ କରିବାପାଇଁ ସ୍ବେଛାସେବୀମାନେ ସଂକଳ୍ପ ନେଇଥିଲେ l