ବାଲିଗୁଡା ଉପଖଣ୍ଡ ନିମନ୍ତେ ନୂତନ ନୋଟରୀ ନିଯୁକ୍ତି

ବାଲିଗୁଡା ,ତା,୧୨/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ) ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ନିମନ୍ତେ ବାଲିଗୁଡା ଠାରେ ଭାରତ ସରକାରଙ୍କ ନ୍ୟାୟ ଓ ବିଧି ମନ୍ତ୍ରଣାଳୟ ପକ୍ଷରୁ ଉପଖଣ୍ଡ ନିମନ୍ତେ ଆଇନଜୀବୀ କ୍ଷମା ସାଗର ପ୍ରଧାନଙ୍କୁ ନୂତନ ନୋଟାରୀ ପବ୍ଲିକ ଭାବେ ମନୋନୀତ କରିଛନ୍ତି। ବାଲିଗୁଡା ଉପଖଣ୍ଡର ବାଲିଗୁଡା ,କୋଟଗଡ ,ତୁମୁଡିବନ୍ଧ ,ଦାରିଙ୍ଗବାଡି ,କ.ନୂଆଗାଁ ,ରାଇକିଆ ,ଜି ଉଦୟଗିରି , ଟିକାବାଲି ଓ ଚକାପାଦ ବ୍ଲକ ଅଞ୍ଚଳରେ ରହୁଥିବା ଜନସାଧାରଣ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ବାଲିଗୁଡାରେ ରହିଥିବା ବିଭିନ୍ନ କୋର୍ଟ କାର୍ଯ୍ୟକୁ ଆସୁଥିବା ସମସ୍ତ ବ୍ୟକ୍ତି ବିଶେଷ ଏହି ନୋଟରୀ ସେବା ସୁବିଧାରେ ମିଳିପାରିବ ।ଭାରତ ସରକାରଙ୍କ ନ୍ୟାୟ ଓ ବିଧି ମନ୍ତ୍ରଣାଳୟ ପକ୍ଷରୁ ପ୍ରମାଣ ପତ୍ର ପାଇବା ପରେ ଶ୍ରୀ ପ୍ରଧାନ ଏହି ଅଞ୍ଚଳରେ ଜଣେ ସଧାରଣ ଲୋକ କିଭଳି ନୋଟରୀ ସେବା ସୁବିଧାରେ ପାଇବେ ସେ ନେଇ ଯତ୍ନବାନ ରହିବେ ବୋଲି ମତ ପ୍ରକାଶ କରିଛନ୍ତି । ଦିର୍ଘ ତିନି ଦଶନ୍ଧି ପରେ ବାଲିଗୁଡ଼ା ଉପଖଣ୍ଡ ନିମନ୍ତେ ଦ୍ଵିତୀୟ ନୋଟାରୀ ପବ୍ଲିକ ଭାବେ ନିଯୁକ୍ତି ଦିଆଯାଇଥିବାରୁ ସାଧାରଣ ଜନତା ଖୁସି ବ୍ୟକ୍ତ କରିଛନ୍ତି ।