ଆଠମଲ୍ଲିକ ( ବୁଲୁ ଦଳେଇ)୦୨/୧ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ର ଯୁବ ସମାଜସେବୀ ଆଠମଲ୍ଲିକ ସ୍ୱାଭିମାନ ମଞ୍ଚ ର ସଭାପତି ଅର୍ଜୁନ ସାହୁ ଙ୍କ ନେତୃତ୍ଵ ରେ ଆଠମଲ୍ଲିକ ସର୍କିଟ ହାଉସ ପରିସର ମଧ୍ୟରେ ଆଠମଲ୍ଲିକ ଲୋକ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠମଲ୍ଲିକ ଉପଖଣ୍ଡ ର ୪ ଗୋଟି ପ୍ରଗଣା ଯଥା ଷୋଳପଦା, ପଇଁଚିକୂଳ, ବାଇଶିପାଲି, ଚୌରଶି, ଅଞ୍ଚଳ ର ସମସ୍ତ ପଞ୍ଚାୟତ ର ଶିକ୍ଷିତ ବୁଦ୍ଧଜୀବୀ ମାନେ ଉପସ୍ଥିତ ରହି ଆଠମଲ୍ଲିକ ବିଭିନ୍ନ ପ୍ରକାର ଲୋକ କଳା ଦଣ୍ଡ ,ଘୁଡୁକି,, ପାଲା, ବିଭିନ୍ନ ସଂପ୍ରଦାୟର ନୃତ୍ୟ ସଙ୍ଗୀତ, ଚିତ୍ର କଳାକୁ ଓଡ଼ିଶାର ତଥା ଦେଶ ବିଦେଶ ର କୋଣ ଅନୁକୋଣରେ ଲୋକ ମହୋତ୍ସବ ମାଧ୍ୟମରେ ପହଞ୍ଚାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ଧୁମ୍ ଧାମରେ ସଫଳ କରିବା ପାଇଁ ସମସ୍ତ ଅଞ୍ଚଳ ବାସି ଙ୍କ ଧନ ମନ ତନ ଦେଇ ସହଯୋଗ ରହିବ ବୋଲି ମତ ପ୍ରକାଶ କରିଥିଲେ । ବର୍ତମାନ ପାଇଁ ୫୦ ଜଣଙ୍କୁ ନେଇ ଏକ କୋରା କମିଟି ଗଠନ କରାଯାଇଛି । ପରେ ପରେ ପ୍ରତ୍ୟେକ ଅଞ୍ଚଳ ରେ କୋର କମିଟି ଗଠନ କରାଯାଇ କାର୍ଯ୍ୟକ୍ରମ କୁ ବଳବତ୍ତର ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିରେ ୨୦୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଯୋଗଦେଇ ଅଂଶଗ୍ରଣ କରିଥିଲେ