ଠାକୁରଗଡ଼ ବ୍ଲକ ଗଠନ ପାଇଁ ଦାବୀ ଜୋର ଧରିଲା।

ଆଠମଲ୍ଲିକ,୧୦/୧(ବୁଲୁ ଦଳେଇ) :ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମ ପଞ୍ଚାୟତକୁ ନୂତନ ବ୍ଲକ ଗଠନ ନିମନ୍ତେ ଜୋର୍ ଧରିଛି ଦାବୀ। । ଆଜି ଏକ ବିରାଟ ବୈଠକ କରି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ ଙ୍କ ନେତୃତ୍ଵ ରେ ଏକ ସର୍ବ ଦଳୀୟ ବୈଠକ ଠାକୁରଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଷୋଳପଦା ଅଞ୍ଚଳର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧି ଜିବୀ, ସଚେତନ ନାଗରିକ, ଓ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଯେ , ଓଡ଼ିଶା ସରକାରଙ୍କ ପରିବର୍ତ୍ତିତ ବ୍ଲକ ପୁନରଗଠିତ ନିଷ୍ପତି ଅନୁସାରେ ଷୋଳପଦା ଅଞ୍ଚଳ ର ବ୍ୟବସାୟିକ କେନ୍ଦ୍ରସ୍ଥଳ ଠାକୁରଗଡ଼ ରୁ ୧୧ ଗୋଟି ପଞ୍ଚାୟତ କୁ ଗମନାଗମନ ର ସମସ୍ତ ସୁବିଧା ଥିବା ବେଳେ ଠାକୁରଗଡ଼ରେ ସରକାରୀ ଡାକ୍ତରଖାନା ,ଥାନା, ସ୍କୁଲ କଲେଜ, ବ୍ୟାଙ୍କ, ଓ ଲୋକ ସଂଖ୍ୟା ଦୃଷ୍ଟି କୋଣରୁ ୫୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ଏହାକୁ ସରକାର ଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଦାବୀ କରାଯିବ ବୋଲି ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ସଭାପତି ଭାବେ ପୂର୍ବତନ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ , ଉପ ସଭାପତି ଭଗବାନ ସାହୁ , ସାଧାରଣ ସମ୍ପାଦକ, ସିଦ୍ଧେଶ୍ୱର ସାହୁ , ସହ ସମ୍ପାଦକ ପ୍ରଭାକର ପ୍ରଧାନ, କୋଷାଧ୍ୟକ୍ଷ ସୁଜିତ କୁମାର ଦେହୁରୀ,ଉପଦେଷ୍ଟା ଭାବେ ମହେଶ୍ୱର ଦେହୁରୀ, କୈଳାଶ ସାହୁ, ଦିଲ୍ଲୀପ କୁମାର ସାହୁ, ବିଭୂତି ଭୂଷଣ ପ୍ରଧାନ, ଶରତ କୁମାର ସାହୁ, ତ୍ରିଲୋଚନ ସାହୁ , ସୁଜିତ କୁମାର ପ୍ରଧାନ, ପୀତବାସ ସାହୁ, ଅଜିତ କୁମାର ପ୍ରଧାନ,ସନ୍ତୋଷ କୁମାର ସାହୁ, ଶତୃଘ୍ନ ସାହୁ, ସୁରେଶ ଚନ୍ଦ୍ର ସାହୁ , ସତ୍ୟାନନ୍ଦ ରାଉତ୍ତ, ଅର୍ଜୁନ ସାହୁ, ସୌରଭ ମିଶ୍ର, ମନୋଜ କୁମାର ରାଉତ, ଅନାମ ଚରଣ ସ୍ୱାଇଁ, ଦୁଃଖବନ୍ଧୁ ନାୟକ , ବସନ୍ତ ପ୍ରଧାନ, ଭଗବାନ ସାହୁ, ବୃନ୍ଦାବନ ସାହୁ , ଗିରିଶ ଚନ୍ଦ୍ର ନାୟକ ଏବଂ ପ୍ରଚାର ପ୍ରସାର ନିମନ୍ତେ ଗଣ ମାଧ୍ୟମ ପ୍ରତିନିଧି ରମେଶ ଚନ୍ଦ୍ର ନାୟକ, କରୁଣାକର ନାୟକ, ବୁଲୁ ଦଳେଇ,ପ୍ରମୁଖ ମନୋନୀତ ହୋଇଥିଲେ ।