ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମ୍ପାଦିତ

ଆଦ୍ୟ ତା – ୨୦.୧୨.୨୦୨୪ ରିଖରେ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଓ “ପ୍ରିୟ” ର ମିଲିତାନୁକୁଲ୍ୟରେ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବେଗା ଠାରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। “ପ୍ରିୟ” ର ନିର୍ଦ୍ଦେଶକ ଟଙ୍କଧର ବାରିକ ଓ କ୍ରୀଡା ଶିକ୍ଷକ ଅକ୍ଷୟ କୁମାର ଲେଙ୍କା କ୍ରୀଡା କୁ ପରିଚାଳନା କରିଥିଲେ। ଏଥି ସହିତ ବିଦ୍ୟାଳୟର ସହକାରୀ ଶିକ୍ଷକ ଦେବବ୍ରତ ମହାରଣା , ଓ ପ୍ରିୟ ର କର୍ମକର୍ତ୍ତା ସ୍ୱାଗତିକା ରାଉତ, ଅନ୍ନପୂର୍ଣା ଧଳ, କୁସୁମିତା ବାଗ , ପର୍ଶୁରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ ଓ ଶେଷରେ ବିଜେତା ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ।