ଠେଙ୍ଗା ଦେଖାଇ ନିର୍ଦ୍ଧୋଷୀ ଙ୍କୁ ଦୋଷୀ କରୁଛନ୍ତି ଅବକାରୀ ବିଭାଗ।

ଆଠମଲ୍ଲିକ,୧୪/୧୨(ବୁଲୁ ଦଳେଇ):ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ର ଅବକାରୀ ବିଭାଗ ର ବିଚିତ୍ର ନୀତି ପାଇଁ ଆଜି ନିରୀହ ଦଳିତ ଆଦିବାସୀ ଗରୀବ ପ୍ରଜାମାନେ ନିର୍ଦ୍ଦୋଷ ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲେ ଯାଉଥିବା ଦେଖାଦେଇଛି । ବିଶେଷ ସୂତ୍ରରୁ ଜଣାଯାଏ କି ଆଠମଲ୍ଲିକ ,ମାଧପୁର, କିଶୋର ନଗର,ଠାକୁରଗଡ଼ , ପାଇକାସାହି, ବଇଣ୍ଡା, ହଣ୍ଡପା , ବଇସିନା, ବାମୁରୁ, ଆଦି ଅଞ୍ଚଳରେ ବ୍ୟାପକ ଭାବେ ଦେଶୀ ବିଦେଶୀ ମଦ ରନ୍ଧାଯାଇ ବିପୁଳ ସଂଖ୍ୟାରେ ବିକ୍ରି ହେଉଥିଲେ ମଧ୍ୟ ଅବକାରୀ ବିଭାଗ ଜାଣି ଶୁଣି ନୀରବଦ୍ରଷ୍ଟା ସାଜି ବେପାରି ମାନଂକ ଠାରୁ ମାସିକ ଚାନ୍ଦା ନେଉଥିବା ର ଜଣାଯାଏ। ଚୁରା ବେପାରୀ ଙ୍କୁ ଆଢୁଆଳରେ ସମର୍ଥନ ଦେଇ ଙ୍ଗା ଙ୍ଗା ରେ ନିରୀହ ଘରେ ପଶି ବିନା କାରଣରେ ମଦ ନପାଇ ଶୋଇଲା ଶେଯରୁ ଜବର ଦସ୍ତି ଉଠାଇ ଆଣି ଠେଙ୍ଗା ର ଭୟ ଦେଖାଇ ଟାଣି ଟାଣି ଆଣି ଗାଡ଼ିରେ ବସାଇ ୧୦ /୧୫ ଲିଟର ମଦ ଲେଖି ଜେଲ କୁ ପଠାଉଥିବା ଦେଖିବାକୁ ମିଳିଛି । କେଉଁ ନୀତି ନିୟମ ଅନୁସାରେ ଆଠମଲ୍ଲିକ ଅବକାରୀ ବିଭାଗ ର କର୍ମଚାରୀଙ୍କ ମାନ ଏକ ଠେଙ୍ଗା ଧରି ଧମକ ଦେଇ ଭୟ ଭିତ କରି ଜୁଲୁମ୍ କରିଥିବା ଦୃଶ୍ୟ ଜନ ସାଧାରଣ ଙ୍କୁ ଚକିତ କରିଛି । ଆଜି ସକାଳ ୫ ଘଣ୍ଟିକା ସମୟରେ ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଗ୍ରାମରେ ମନୋଜ କୁମାର ନାୟକ ପିତା ପ୍ରଭାକର ନାୟକ ଙ୍କ ଘରେ ପଶି ଶୋଇଲା ସେଜ ରୁ ଉଠାଇ ଆଣି ବିନା କାରଣରେ ବିନା ପ୍ରମାଣ ରେ ଜଣେ ନିରୀହ ଆଦିବାସୀଙ୍କୁ ଯୁବକକୁ ଗ୍ରାମ ମଝିରେ ସହ ସହ ଲୋକ ଙ୍କ ଉପସ୍ଥିତି ରେ ଠେଙ୍ଗା ଧରି ବେଜିତ୍ କରିଥିବା ଘଟଣା ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ଉକ୍ତ ଘଟଣାକୁ ଓଡ଼ିଶା ,ଜାତୀୟ ଓ ଅନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦ ଅଧକ୍ଷ ଓଡ଼ିଶା ଯଥା ଶୀଘ୍ର ଦୃଷ୍ଟି ଆକର୍ଷଣ କରି ନିରପେକ୍ଷ ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି ।