ମହାମାୟୀ ପୀଠ ରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତ ଯଜ୍ଞ ଅନ୍ନ ଯଜ୍ଞ ଉଦଯାପିତ : ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା,୧୦/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗାମୁଣ୍ଡା ସ୍ଥିତ ମହାମାୟୀ ପୀଠରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି l ପ୍ରଥମ ଦିନ ବିଲ୍ଲ ବରଣ, ଅଧିବାସୀ ସହ କଳସ ଯାତ୍ରା ମହା ଆଡମ୍ବର ରେ ହୋଇ ଥିଲା l ମହାମାୟୀ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଅଷ୍ଟ ପ୍ରହର ନାମଯଜ୍ଞ, ଅନ୍ନ ଯଜ୍ଞ, ଓ ଜ୍ଞାନଯଜ୍ଞ ଅବସରରେ ସକାଳୁ ସକାଳୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମହାମାୟୀ, ମା ‘ ପାଟ୍ଟଖଣ୍ଡା ଓ ମା ‘ବରାଳ ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ମହାମାୟୀ ଦେବୀଙ୍କ ପ୍ରାଙ୍ଗଣରେ ଅଷ୍ଟ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ପ୍ରାୟ ୧୦ ରୁ ଉର୍ଦ୍ଧ ପୁରୁଷ ଓ଼ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ l ବିଶେଷ କରି ମହିଳା ସଂକୀର୍ତ୍ତନ ଦଳ ର କୀର୍ତ୍ତନ ବହୁତ ଆକର୍ଷଣୀୟ ହୋଇଥିବାରୁ ଏହା ଦେଖିବାକୁ ଭକ୍ତ ଶ୍ରଦ୍ଧାଳୁ ଏବଂ ଦର୍ଶକ ଙ୍କ ଭିଡ଼ ଜମିଥିଲା l ଏଥିରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର କୋଣ ଅନୁକୋଣ ରୁ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ।