ବିବାଦୀୟ ବିଡ଼ିଓ ଙ୍କ ବଦଳି, ନୂତନ ବିଡ଼ିଓ ଙ୍କ ଯୋଗଦାନ

ଦାରିଙ୍ଗବାଡି,୨୬/୧୦(ତରଣୀ ସାହୁ): ବିବାଦରେ ରହିଥିବା ବିଡ଼ିଓ ଗଦାଧର ପାତ୍ର ଙ୍କ ବଦଳି ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ରେ ଯୋଗ ଦେଇଛନ୍ତି ନୂତନ ବିଡ଼ିଓ ପ୍ରୀତି ରଞ୍ଜନ ରଥ। ପ୍ରୀତି ରଞ୍ଜନ ରଥ ଏହା ପୂର୍ବରୁ ନବରଙ୍ଗପୂର ଜିଲ୍ଲା ଉମରକୋଟ ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରିଥିବା ସହ ଏନଏସିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟୀତ୍ବ ରେ ରହିଥିଲେ । ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଶମ୍ଭୁନାଥ ନନ୍ଦୀ ଙ୍କୁ ସାକ୍ଷାତ କରି ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ରାତ୍ର ୧୦ ଟା ରେ ପହଞ୍ଚି ଦାଇତ୍ୱ ଗ୍ରହଣ କରିଥିଲେ । ପୂର୍ବ ବିଡ଼ିଓ ଗଦାଧର ପାତ୍ର ଦାରିଙ୍ଗବାଡି ବ୍ଲକ ରେ ତିନି ବର୍ଷ କାର୍ଯ୍ୟ କରିଥିବା ବେଳେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ସରପଞ୍ଚ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ରେ ଦୁର୍ନୀତି କରିଥିବା ନେଇ ସରପଞ୍ଚ ସଂଘ କନ୍ଧମାଳ ଜିଲ୍ଲାପାଳ, ସାଂସଦ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଅଭିଯୋଗ ପ୍ରଦାନ କରିଥିଲେ । ଏହା ପରେ ଗତ ୧୪ ତାରିଖ ଦିନ କନ୍ଧମାଳ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରୁ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଆସି ଘଟଣାର ତଦନ୍ତ କରିଥିଲେ । ଯେଉଁ ସରପଞ୍ଚ ମାନଙ୍କୁ ତଦନ୍ତ ପାଇଁ ଡକାଯାଇଥିଲା ସେ ସମସ୍ତ ସରପଞ୍ଚ ଯୋଗ ଦେଇ ନିଜ ନିଜର ଅଭିଯୋଗ ଅଧିକାରୀ ସାମ୍ନା ରେ ଉପସ୍ଥାପନ କରିବା ସହ ଲିଖିତ ଭାବେ ପ୍ରଦାନ କରିଥିଲେ । ବର୍ତମାନ ପର୍ଯ୍ୟନ୍ତ ଗଦାଧର ପାତ୍ର ଙ୍କୁ କୌଣସି ପଦ ପଦବୀ ଦିଆଯାଇ ନଥିବା ବେଳେ ସେ କେଉଁଠିକି ଯିବେ କିଛି ସ୍ଥିର ହୋଇ ନାହିଁ । ସଂଘର ଦାବି ମୁତାବକ ବିଡ଼ିଓ ଙ୍କ ବଦଳି ହୋଇଥିବା ବେଳେ ଦୁର୍ନୀତିର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ଦାବି କରିଛି । ଗଦାଧର ପାତ୍ର ଖାଲି କବିତା ଲେଖିବା ଓ କବିତା କାର୍ଯ୍ୟକ୍ରମ କରିବାରେ ରେ ବ୍ୟସ୍ତ ରହି ଦାରିଙ୍ଗବାଡି ବ୍ଲକର ଆଖି ଦୂର୍ଶୀୟା ବିକାଶ ପ୍ରତି ସଠିକ୍ ଧ୍ୟାନ ଦେଇ ନଥିବା ଯୋଗୁଁ ଅଞ୍ଚଳବାସୀ କ୍ଷୁବ୍ଧ ପ୍ରକାଶ କରିଥିବା ବେଳେ ବଦଳି କୁ ନେଇ ସରପଞ୍ଚ ସଂଘ ସମେତ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି ।