୫ ଗୋଟି ଗୋଷ୍ଟି ସହାୟ କର୍ମଚାରୀ ଙ୍କ ଦୀର୍ଘ ଦିନ ଧରି ପାରିଶ୍ରମିକ ଆସୁ ନ ଥିବା ନେଇ ଦାବି ପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,(ତରଣୀ ସାହୁ) ବ୍ଳକ୍ ସ୍ତରୀୟ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ଜିପିଏଲଏଫ୍ ଗୋଷ୍ଟି ସହାୟ କର୍ମଚାରୀ ସଂଘ ପକ୍ଷରୁ ତୃଣମୂଳ ସ୍ତରରୁ କାର୍ଯ୍ୟ ବନ୍ଦ କରିବା ନେଇ ଦାବି ପତ୍ର ପ୍ରଦାନ । ଦୀର୍ଘ ଦିନ ଧରି ପାରିଶ୍ରମିକ ଆସୁ ନ ଥିବାରୁ ରାଜ୍ୟ ସଂଘର ନିର୍ଦେଶ କ୍ରମେ ବ୍ଲକ ସଂଘ ସଭାନେତ୍ରୀ ସୁଷମା ସିଂ ଓ ସମ୍ପାଦୀକା ସସ୍ମିତା କୁମାରୀ ବିଶୋଇଙ୍କ ନେତୃତ୍ବରେ ନିରବ ପଦଯାତ୍ରା ରେ ବାହାରି ବୁଧବାର ବିଭାଗୀୟ ସଚିବ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ବ୍ଲକର ମୁଖ୍ୟ କିରାଣୀ ଧନମାଳି ପ୍ରଧାନ, ବ୍ଲକ ଓଏଲଏମ୍ ବିପିଏମ୍ ପିଣ୍ଟୁ ନାୟକ, ଓ ବ୍ଲକ ମିଶନ ଶକ୍ତି ବିଭାଗ ବିପିସି ସରୋଜ ଦିଗାଳ ଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ପତ୍ରରେ ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ଥ ୨୫ଟି ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟକରୁଥିବା ୫ଟି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ଦୀର୍ଘ ୧୧ ବର୍ଷଧରି ନିରବଚ୍ଛିନ୍ନ ଭାବରେ ସରକାରଙ୍କର ସମସ୍ତ ଯୋଜନାର ପ୍ରତ୍ୟେକ କାର୍ଯ୍ୟ ତୃଣମୂଳ ସ୍ତରରେ କରି ଆସୁଛନ୍ତି । କିନ୍ତୁ ଦୁଃଖ ଓ ପରିତାପରେ ବିଷୟ ଦୀର୍ଘ ୬ ମାସ ହେଲା ରାଜ୍ୟ ସ୍ତରୀୟ ଅଧିକାରୀଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଛନ୍ତି ଏବଂ ସଂପୃକ୍ତ ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଙ୍କୁ ଏହି ସମସ୍ୟା ସମ୍ବନ୍ଧୀୟ ଲିଖିତ ଅଭିଯୋଗ ପତ୍ର ଦାଖଲ କରିବା ସତ୍ତ୍ୱେ ଏ ବାବଦରେ ଅଦ୍ୟାବଧି କୌଣସି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହାକି ଜୀବନ ଜୀବିକା ଉପରେ ବାଧାପ୍ରାପ୍ତ ହେଉଅଛି । ଉକ୍ତ ସମସ୍ୟାର ସମାଧାନ ହେଲେ ସମସ୍ତେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବେ ବୋଲି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି ।