ଦାରିଙ୍ଗବାଡ଼ି,୨୫/୯(ତରଣୀ ସାହୁ): ଆଗକୁ ଆସୁଚି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ଋତୁ ଆସିଲେ ଓଡ଼ିଶାର କାଶ୍ମୀର କୁହା ଯାଉଥିବା ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଜମେ ପର୍ଯ୍ୟଟକ ଙ୍କ ଭିଡ । ହେଲେ ତା ପୂର୍ବରୁ ସଜେଇ ହଉଚି ପର୍ଯ୍ୟଟନ ସ୍ଥଳୀ । ହିଲଭିୟୁ ମଧ୍ୟରେ ଟଏ ଟ୍ରେନ ର ନିର୍ମାଣ କାର୍ଯ୍ୟ ଓ ୱାଟର ଫାଉଟେନ୍ ର ମରାମତି କାର୍ଯ୍ୟ ଚାଲିଥିବା ବେଳେ ଡୁଲୁରି ପାଇନ ବଣ ର ମଧ୍ୟ ବିଭିନ୍ନ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ପର୍ଯ୍ୟଟନ ଋତୁ ପୂର୍ବରୁ ନିର୍ମାଣ କାର୍ଯ୍ୟ କିଭଳି ସରିବ ତାକୁ ନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଏହାର ତଦାରଖ କରିଛନ୍ତି । ହିଲଭିୟୁ ରେ ଚାଲିଥିବା ଟଏ ଟ୍ରେନ ର କାର୍ଯ୍ୟ ତଦାରଖ କରିବା ସହ ଡୁଲୁରି ପାଇନ ବଣ ର କାର୍ଯ୍ୟ ତଦାରଖ କରିଥିଲେ । କାମ ଶୀଘ୍ର କିଭଳି ସରିବ ଓ ପର୍ଯ୍ୟଟକ କିଭଳି ଏହାର ମଜା ନେବେ ସେନେଇ ବିଡ଼ିଓ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।