ଢେଙ୍କାନାଳ,୦୬.୦୯(ଶୁଭମ ପାଣି):ଆପଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଇଣ୍ଡିଆ ପୋଷ୍ଟ ପେମେଂଟସ ବ୍ୟାଙ୍କ ଡାକ ବିଭାଗର ନିଜସ୍ୱ ବ୍ୟାଙ୍କ ଏବଂ ୧୦୦ ପ୍ରତିଶତ ଭାରତ ସରକାରଙ୍କ ଅଧିନସ୍ଥ I ଢେଙ୍କାନାଳ ଡିଭିଜନ ର ପ୍ରାୟ ୫୧୯ ଡାକ ଘର ମାଧ୍ୟମରେ ଗ୍ରାହକ ମାନଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଈ ଦିଆ ଯାଉଅଛି I ଆମ ବ୍ୟାଙ୍କ ରେ ମୁଖ୍ୟତଃ ଚାଷୀ, ମହିଳା, ଛାତ୍ର ଛାତ୍ରୀ ତଥା ପେନଶନ ହିତାଧିକାରୀଙ୍କୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷ୍ୟା ଯଥା ସବ୍ସିଡି, ସ୍କଲାରସିପ, ବୃଦ୍ଧା ପେନଶନ ଇତ୍ୟାଦି DBT ମାଧ୍ୟମରେ ସେବା ଯୋଗାଇ ଦିଆ ଯାଉଅଛି I ବର୍ତ୍ତମାନ ଓଡିଶା ସରକାର ଦ୍ୱାରା ଘୋଷଣା କର ଯାଇଥିବା “ସୁଭଦ୍ରା ଯୋଜନା : SUBHADRA YOJANA ” ନିମନ୍ତେ ଆଧାର ସିଡ଼ିଙ୍ଗ ବଚତ ଖାତା (AADHAR Seeding Saving Account ) ଢେଙ୍କାନାଳ ଡିଭିଜନ ର ପ୍ରାୟ ୫୧୯ ଡାକ ଘର ମାଧ୍ୟମରେ ଖୁବ କମ ସମୟ ମଧ୍ୟ ରେ ଖାତା ଖୋଲି ସେବା ଯୋଗାଇ ଦିଆ ଯାଉଅଛି I ଏଥି ନିମନ୍ତେ paperless ବ୍ୟାଙ୍କିଙ୍ଗ ପ୍ରକ୍ରିୟାରେ କେବଳ ହିତାଧିକାରୀ ଙ୍କ Biometric ମାଧ୍ୟମରେ ତୁରନ୍ତ ଖାତା ଖୋଲିବାର ସୁବିଧା ଯୋଗାଇ ଦିଆ ଯାଉଅଛି I ଏତଦ ବ୍ୟତୀତ ଆଧାର ରେ ମୋବାଇଲ ନମ୍ବର ସଂଯୋଗୀକରଣ ର ସୁବିଧା ମାତ୍ର ୫୦/- ଟଙ୍କାଦେୟରେ ସମସ୍ତ ପୋଷ୍ଟ ଅଫିସ ରେ ସୁଚାରୁ ରୂପେ ପ୍ରଦାନ କରାଯାଉଛି I ଆପଣଂକ ଜରିଆରେ ଆମେ ଜଣ ସାଧାରଣ ଙ୍କୁ ଅନୁରୋଧ କରୁଛୁ ସମସ୍ତେ ନିକଟସ୍ଥ ଡାକଘର କୁ ଯାଇ ଏହି ସୁଭଦ୍ରା ଯୋଜନା ପାଇଁ ଆବଶ୍ୟକ ଆଧାର ସିଡେଡ଼ ଖାତା ଖୋଲିବା ସହ ଆଧାର ରେ ମୋବାଇଲ ସଂଯୋଗୀକରଣ କରନ୍ତୁ I ଏହା ସହିତ କାର୍ଯ୍ୟ ପରିସର ରେ ଶାନ୍ତି ଶୃଙ୍ଖଳା ରକ୍ଷ୍ୟା କରି ରାଜ୍ୟ ସରକାର ଙ୍କ ସୁଭଦ୍ରା ଯୋଜନା ର ଲାଭ ନେବାକୁ ସମସ୍ତଙ୍କୁ ଅନୁରୋଧ I ଧନ୍ୟବାଦ
ଏହି କାର୍ଯ୍ୟକ୍ରମ ରେ ନିମ୍ନ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ
- Shri Nilamani Jani, Asst. Supdt. Of Post Offices, Dhenkanal Division, Dhenkanal.
- Shri Prasant Kumar Panda, Senior Manager, India Post Payments Bank, Dhenkanal Branch
- Shri Jyoti Ranjan Sahoo, Public Relationship Inspector (Postal), Dhenkanal Head Post Office