ବ୍ରହ୍ମପୁର ୬ଟି ସ୍ଥାନକୁ ମହାନଗର ନିଗମ ର ନିଷିଦ୍ଧାଞ୍ଚଳ ଘୋଷଣା

ବ୍ରହ୍ମପୁର : ସହରର ୬ଟି ସ୍ଥାନକୁ ଆଜି ବ୍ରହ୍ମପୁର ମହାନଗର ନିଗମ ନିଷିଦ୍ଧାଞ୍ଚଳ ଘୋଷଣା କରିଛି। ସାହୁ କଲୋନି ୪ ନମ୍ବର ଓ୍ଵାର୍ଡ, ବାବା ନଗରର ୪ ନମ୍ବର ଲେନ୍‌, ତୁଳସୀ ନଗରସ୍ଥିତ ୬ ନମ୍ବର ଲେନ୍‌, ଏଆଇଆର କାର୍ଯ୍ୟାଳୟ ନିକଟ ବ୍ୟାଙ୍କ କଲୋନୀର ପ୍ରଥମ ଲେନ୍‌, ଗାନ୍ଧି ନଗରସ୍ଥିତ ୪ ନମ୍ବର ଲେନ୍‌ ଓ ବର୍ମା କଲୋନୀକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉପରୋକ୍ତ ୬ଟି ଅଞ୍ଚଳକୁ ବାହାରୁ କୌଣସି ଲୋକ ପ୍ରବେଶ କରିପାରିବେନି କିମ୍ବା ଭିତରୁ କେହି ବାହାରକୁ ଯାଇପାରିବେ ନାହିଁ। କେବଳ ଜରୁରୀ କାମ ଥିଲେ ବାହାରକୁ ଯିବା ପାଇଁ ଅନୁମତି ମିଳିବ।