କରୋନାରେ ରାଜ୍ୟରୁ ଆଉ ୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ରାଜ୍ୟରୁ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚି ଯାଇଛି।
ଏହି ୩ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମର ହୋଇଥିବା ବେଳେ ଜଣେ ଭୁବନେଶ୍ୱରର ଓ ଅନ୍ୟ ଜଣେ କଟକ ଜିଲ୍ଲାର।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।