ଢେଙ୍କାନାଳ,୧୫.୦୮(ଶୁଭମ ପାଣି):୭୮ତମ ସ୍ଵାଧୀନତା ଦିବସ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଢେଙ୍କାନାଳ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳ ଠାରେ ତା ୧୫. ୦୮. ୨୦୨୪ରିଖ ସକାଳ ୭ଟା ୩୦ମିନିଟ ସମୟରେ ମହାବିଦ୍ୟାଳୟ ପ୍ରାଙ୍ଗଣଠାରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେଇଯାଇଛି। ଏଠାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ବହୁଳ ଭାବରେ ଛାତ୍ରୀ ମାନେ ଉପସ୍ଥିତ ହୋଇ ସ୍ୱାଧୀନତା ଦିବସ ପାଳନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ଅଧକ୍ଷା ଡ଼ଃ ଶକୁନ୍ତଳା ଜେନା ପୁରସ୍କାର ବିତରଣ କରିଥିଲେ। ଏଥି ସହିତ ଅଧକ୍ଷା ମହୋଦୟା ଉପସ୍ଥିତ ଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନ ଶୈଳୀ, କଠିନ ପରିଶ୍ରମ, ମାନବିକତା ଓ ସହନଶୀଳତା ସମ୍ପର୍କ ରେ ସଚେତନ କରାଇଥିଲେ। ଅଧ୍ୟାପିକା ବିଜୟେତା ପ୍ରିୟଦର୍ଶିନୀ, ଅଧ୍ୟାପକ ତାପସ କୁମାର ଜେନା, ଅଧ୍ୟାପକ ଜିତେନ୍ଦ୍ର କୁମାର ବେହେରା, ଅଧ୍ୟାପକ ଉଦ୍ଧବ ମଲ୍ଲିକ, ଅଧ୍ୟାପକ ଗୋକୁଳାନନ୍ଦ ମହାପାତ୍ର, ତଥା ଛାତ୍ରୀ ମାନେ ସ୍ୱାଧୀନତା ଦିବସ ଉପଲକ୍ଷେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ।