ଢେଙ୍କାନାଳ,୧୧.୦୮(ଶୁଭମ ପାଣି):ଢେଙ୍କାନାଳ ଦେଉଳସାହି ସ୍ଥିତ ଆଶୀର୍ବାଦ ସ୍ବେଛାସେବୀ ଅନୁଷ୍ଠାନ ମାଧ୍ୟମରେ ଗତ ତା 24.07.24 ରେ ଦିଘୀ ଗ୍ରାମ ପଞ୍ଚାୟତ ରେ ସଂଗୀତ ନାଟକ ଏକାଡେମୀ ର ଆର୍ଥିକ ସହାୟତାରେ ମହିଳା ମାନଙ୍କ ଦ୍ୱାରା ନାମ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଗୌର ମହିଳା ସଂକୀର୍ତ୍ତନ ମଣ୍ଡଳୀ ର 16 ଜଣ ବିଦ୍ୟନଗରୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ର 18 ଜଣ ଓ ରାଧା ରମଣ ମହିଳା ସଂକୀର୍ତ୍ତନ ମଣ୍ଡଳୀ ର 16ଜଣ ଭାଗ ନେଇ ସୁମଧୁର ସଂଗୀତ ନାମ କୀର୍ତ୍ତନ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହିଲେ। ଉପସ୍ଥିତ ଗ୍ରାମ ବାସୀ ଆନନ୍ଦର ସହ ଏହାର ମଜା ନେଲେ ଓ ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମ କରିବାକୁ ଅନୁଷ୍ଠାନ କୁ ଅନୁରୋଧ କରିଥିଲେ । ଗତ ତା 10.08.24 ରେ ଆଶୀର୍ବାଦ ଅନୁଷ୍ଠାନ ଦ୍ୱାରା ଦିଗାମ୍ବରେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉପରୋକ୍ତ କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀଯୁକ୍ତ ପ୍ରବୋଧ କୁମାର ଦାଶ, ମହିଳା ଗ୍ରାମ ସଭାପତି ଶ୍ରୀମତୀ ପ୍ରତିମା ସାମଲ, ଶ୍ରୀମତୀ କବିତା ସାମଲ,କlଲି ଚରଣ ବିନ୍ଧାଣି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ! ଏହି କାର୍ଯ୍ୟକ୍ରମ କୁ ଆଶୀର୍ବାଦ ର ସମ୍ପାଦକ ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର ପରିଚାଳନା କରିଥିଲେ!ଅନୁଷ୍ଠାନ ର ଚେୟାରମ୍ୟାନ ଶୁଭଶ୍ରୀ ପ୍ରଧାନ ପୌରହିତକରିଥିଲେ, ଅନୁଷ୍ଠାନ ର ବନଜl ମାନସିଂ,ସ୍ୱପ୍ନା ରାଣୀ ଜେମ୍ସ,ଝିଲ୍ଲୀ ଦାସ, ସତୀଶ ପ୍ରଧାନ, ରଞ୍ଜନ ସାହୁ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ଓ ଶେଷରେ ଖଗେଶ୍ୱର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ!