ଢେଙ୍କାନାଳ,୧୦.୦୮(ଶୁଭମ ପାଣି):ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳରେ “ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ” ଅନୁଷ୍ଠିତ ହୋଇଛି l ଏହି ଅବସରରେ ବିଦ୍ୟାଳୟର ସଭା ଗୃହରେ ସକାଳ ୯ ଘଟିକା ଠାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ , ଅଭିଭାବକ ମାନଙ୍କୁ ନେଇ ଏକ ସଭା ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର l ସଭା ଆରମ୍ଭରୁ ଜଗନ୍ନାଥଙ୍କ ଦାରୁ ବିଗ୍ରହ ଓ ପଞ୍ଚସଖାଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଧାନ ଶିକ୍ଷୟିତ୍ରୀ ଅଭିଭାବକ ମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଭାଷଣ ରଖିଥିଲେ l ଏହାପରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଶର୍ମିଷ୍ଠା: ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ପ୍ରସଙ୍ଗ, ଶିକ୍ଷୟିତ୍ରୀ ଶ୍ରୀମତୀ କନ୍ୟା କୁମାରୀ ଭୁତିଆ: ବିଦ୍ୟାଳୟରେ ୟୁଥ୍ ଇକୋ କ୍ଲବ୍ ଗଠନ ଓ ବେଟି ବଚାଓ ବେଟି ପଢ଼ାଓ ପ୍ରସଙ୍ଗ, ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲୋଚନା ଭୁତିଆ: ଅନଲାଇନ୍ ସୁରକ୍ଷା ଓ ସାଇବର ସଚେତନତା ପ୍ରସଙ୍ଗ, ଶିକ୍ଷକ ପ୍ରସାନ୍ତ କୁମାର ସାହୁ ସୁରଭି ଓ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ବୟଷ ପ୍ରସଙ୍ଗ ଇତ୍ୟାଦି ଆଲୋଚନା କରିଥିଲେ l ଅଭିଭାକମାନଙ୍କଠାରୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଆଦି ସମ୍ପର୍କରେ ମତାମତ ଗ୍ରହଣ କରାଯାଇଥିଲା l ଶିକ୍ଷକ ଦୁଷ୍ମନ୍ତ କୁମାର ସାହୁ ଙ୍କ ସଂଯୋଜନାରେ ସଭାଟି ଗୁଣାତ୍ମକ ଓ ଶୃଙ୍ଖଳିତ ହୋଇପାରିଥିବା ବେଳେ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯଥା- ଜୟନ୍ତୀ ବେହେରା, ରାନୁ ଦାସ, ସାଗରୀକା ପଣ୍ଡା, ମାମାଲି ମିଶ୍ର, ଉପାସନା ନାଥ ଶର୍ମା, ଲିପିକା ନାଏକ, ବର୍ଷାରାଣୀ ସାହୁ, ବବିତା ସାହୁ, ପ୍ରସାନ୍ତ କୁମାର ଜେନା, ଡଲି ସାହୁ, ସୋନାଲି ସାହୁ ଇତ୍ୟାଦିଙ୍କ ସହଯୋଗରେ ସଭାଟି ସୁ- ବ୍ୟବସ୍ଥିତ ଓ ସଂଗଠିତ ହୋଇପାରିଥିଲା l ଏହି ଅବସରରେ ବିଦ୍ୟାଳୟ ତରଫରୁ ଆୟୋଜନ କରାଯାଇଥିଲା ତିଥି ଭୋଜନ, ଯେଉଁଥିରେ ଶ୍ରେଣୀ ୧ମ ରୁ ୧୦ମ ର ସମସ୍ତ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ସମସ୍ତ ଅଭିଭାବକ ମଧ୍ୟାହ୍ନ ଭୋଜନ କରିଥିଲେ l