ଦାରିଙ୍ଗବାଡି, ୩/୮, (ତରଣୀ ସାହୁ): ବାପା ଓ ମାଆ ଙ୍କ ମୃତ୍ୟୁ ପରେ ବେସାହାରା ହୋଇଛନ୍ତି ୩ ଭାଇ ଭଉଣୀ । ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମର କରମନଗର ସାହିରେ ଦେଖିବାକୁ ମିଳିଛି କିଛି ଏଭଳୀ ଘଟଣା । ୨୦୧୪ ମସିହାରେ ରାହୁଳ ଉଠାଣସିଁଙ୍କ ମୃତ୍ୟୁ ହେଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ମିନତି ରୁଗୁଣା ହୋଇସୁଧା ତିନି ଛୁଆଙ୍କ ମୁହଁକୁ ଚାହିଁ କୁଲି ମଜୁରୀ କରି ପିଲାଙ୍କୁ ଚଳେଇ ଆଣୁଥିଲେ। ହେଲେ ୨୦୨୪ ମେ ମାସ ୨୦ ତାରିଖ ଦିନ ଦୁଇ ଝିଅ ଓ ଗୋଟିଏ ପୁଅକୁ ଛାଡ଼ି ଚିରଦିନ ପାଇଁ ଆଖି ବୁଝି ଦେଇଥିଲେ ମା ମିନତି। ବାପା ମାଆଙ୍କ ମୃତ୍ୟୁ ପରେ ଭାଗ୍ୟକୁ ଆଦରି ତିନି ଭାଈ ଭଉଣୀ ସାହାରା ନେଇଛନ୍ତି କାଟିଙ୍ଗିଆର କରମ ନଗର ସାହିରେ ରହୁଥିବା ମାଉସୀଙ୍କ ଘରେ । ମିନତି କୁଲି ମଜୁରୀ କରି ପରିବାର ଚଳେଇବା କଷ୍ଟ ହେଉଥିବା ଦେଖି ବଡ଼ ଝିଅ ଭୂମିକା ପଞ୍ଚମ ପାଠ ପଢାରେ ଡୋରି ବାନ୍ଧି, ୨୦୨୧ ମସିହା ବମ୍ୱେ ସ୍ଥିତ ଜଣଙ୍କ ଘରେ କାମ କରିବାକୁ ଚାଲି ଯାଇଥିଲା।
ଭୂମିକା ଟଙ୍କା ପଠାଇଲେ ମା ସହିତ ଭାଇ ଭଉଣୀ ଚଳୁଥିଲେ। ମାଆଙ୍କ ମୃତ୍ୟୁ ବେଳେ ବଡ ଝିଅ ଭୂମିକା ବମ୍ବେରେ ରହିଥିଲା। ବର୍ତ୍ତମାନ ବଡ ଭଉଣୀ ଭୂମିକା ଗାଁରେ କୁଲି ମଜୁରି କରି ଦୁଇ ଭାଇ ଭଉଣୀଙ୍କ ଦାୟୀତ୍ଵ ନେଉଛି। ପାଠ ପଢା ସହିତ ଖେଳ କୁଦ କରିବା ବୟସରେ ବାପା ମାଙ୍କୁ ହରାଇ ପାଠ ପଢାରେ ଡୋରି ବାନ୍ଧି ଛୋଟ ଦୁଇ ଭାଈ ଭଉଣୀଙ୍କୁ ଦାୟିତ୍ଵ ତୁଲେଇ ନେଉଛି ବଡ ଭଉଣୀ ଭୂମିକା। ଭୂମିକାର ଭାଈ ଅର୍ଜୁନ (୧୨) କାଟିଙ୍ଗିଆ ସରକାରୀ ପ୍ରଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁ ଥିବା ବେଳେ ସାନ ଭଊଣି ଉର୍ମିଳା (୩) ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଊ ଥିବା ଜଣାପଡିଛି। ବଡ଼ ଝିଅ ଭୂମିକାର ଏବେବି ପାଠ ପଢିବାରେ ଇଛା ଅଛି। ସେ କହିଛି ପାଠ ପଢ଼ିବାର ଇଛାତ ଅଛି ହେଲେ ଆମକୁ କିଏବା ପଢ଼ାଇବ ବୋଲି ଲୁହ ଭରା ଆଖିରେ କହିଛି। ପିଲାଟେ ବେଳୁ ବାପାମାକୁ ହରାଇ ଆମେ ଭାଇ ଭଉଣୀ ଖୁସି କଣ ଭୂଲି ଯାଇଛୁ। ଖେଳି ବୁଲି ପାଠ ପଢ଼ିବା ବୟସରେ ଭାଇ ଭଉଣୀ ଦୁହିଁଙ୍କୁ ମଣିଷ କରିବାକୁ ଯାଇ ଆଜି ଶ୍ରମିକ ସାଜିଛି । ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ସହାୟତାର ହାତ ବଢାଇ ବାପାମାଆ ଛେଉଣ୍ଡ ପିଲା ତିନିଙ୍କ ଭବିଷ୍ୟତ ଗଢ଼ିବାକୁ ଅଞ୍ଚଳର ବୁଦ୍ଧିଜୀବି ସମେତ ସମସ୍ତ ମହଲରୁ ଦାବୀ ହେଉଛି