ଦାରିଙ୍ଗବାଡି,୨/୮(ତରଣୀ ସାହୁ): ଆଜି ବି ଅନେକ ଚାଷ ଜମିକୁ ସରକାର ଙ୍କ ପକ୍ଷରୁ ଜଳ ସେଚନ ବ୍ୟବସ୍ଥା ହୋଇ ପାରି ନାହିଁ । ଅନେକ ଜମି ଶୁଖିଲା ହୋଇ ପଡ଼ିଛି । ହେଲେ ଏହି ପରିସ୍ଥିତିରେ କନ୍ଧମାଳ ସବୁଜ ବୈଦ୍ୟ ସଂଗଠନ ଚାଷୀ ପରିବାର ଙ୍କୁ ସହାୟତାର ହାତ ବଢ଼ାଇଛି । ଫଳରେ ଦାରିଙ୍ଗବାଡି ପଞ୍ଚାୟତର ପରପଙ୍କା ଗ୍ରାମର ୪୧ ଚାଷୀ ପରିବାର ଉପକୃତ ହୋଇ ପାରିଛନ୍ତି । କନ୍ଧମାଳ ସବୁଜ ବୈଦ୍ୟ ସଂଗଠନ ର ଗୁଞ୍ଜ ପକ୍ଷରୁ ଗ୍ରାମବାସିଙ୍କ ସହାୟତା କ୍ରମେ ୯୦୦ ମିଟର କେନାଲର ପୁନରୁଦ୍ଧାର କରାଯାଇଛି । ଏହାକୁ କରିବାକୁ ୪ ଦିନ ଲାଗିଥିବ ବେଳେ ଜମି କୁ ଜଳ ସେଚନ ହୋଇ ପାରିଛି । ଜଳ ସେଚନ ଫଳରେ ୪୧ ଚାଷୀ ପରିବାର ଲୋକେ ନିଜ ଜମିରେ ଧାନ ଚାଷ କରି ପାରିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ଙ୍କ ଶ୍ରମ ଦାନ ପାଇଁ ସେମାନଙ୍କୁ ଗୁଞ୍ଜ ପକ୍ଷରୁ ଡ୍ରେସ୍, ଲୁଗା, ସୁଏଟର, ବ୍ଲାଙ୍କେଟ ଭଳି ଅନେକ ବସ୍ତ୍ର ପ୍ରଦାନ କରାଯାଉଛି । ଫଳରେ ଗ୍ରାମବାସୀଙ୍କୁ ବସ୍ତ୍ର ମିଳିବା ସହ ନିଜ ଅଞ୍ଚଳର ଅନେକ ଉନ୍ନୟନ କାର୍ଯ୍ୟ ହୋଇପାରିଛି । ଏଭଳି ଭାବେ କନ୍ଧମାଳ ସବୁଜ ବୈଦ୍ୟ ସଂଗଠନର ଗୁଞ୍ଜ ଅନେକ ସ୍ଥାନରେ ଲୋକାଭିମୁଖି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯେଉଁଠି ସ୍ଥାନୀୟ ପ୍ରଶାସନ ବିଫଳ ହେଉଛି ସେଠୀ ସବୁଜ ବୈଦ୍ୟ ସଂଗଠନ ଲୋକଙ୍କ ପାଖରେ ପହଞ୍ଚି ଗ୍ରାମବାସି ଙ୍କ ସହାୟତାର ହାତ ବଢ଼ାଇ ବିଭିନ୍ନ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଗୁଞ୍ଜ ଏଭଳି କାର୍ଯ୍ୟକୁ ଅଞ୍ଚଳବାସି ଢେର୍ ପ୍ରଶଂସା କରିଛନ୍ତି ।