ସୁଶ୍ରୀ ବିଭାରାଣୀ ପାତ୍ରଙ୍କ ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ,ରୁଷିଆସ୍ଥ ମାଉଣ୍ଟ ଏଲବ୍ରୋସ ଆରୋହଣ ଅଭିଯାନ ଆରମ୍ଭ

ଢେଙ୍କାନାଳ,୩୦.୦୭(ଶୁଭମ ପାଣି):ଢେଙ୍କାନାଳ ଜିଲ୍ଲାର ଗର୍ବ ଓ ଗୌରବ,ଦୁଃସାହସିକ ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ର ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ,ରୁଷିଆସ୍ଥ ମାଉଣ୍ଟ ଏଲବ୍ରୋସ ଆରୋହଣ ଅଭିଯାନ ଆରମ୍ଭ କରିଛନ୍ତି l ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠୀ ମହୋଦୟ, ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରେ, ବିଭାରାଣୀଙ୍କୁ ପୁଷ୍ପଗୁଚ୍ଛ ଓ ଭାରତର ଜାତୀୟ ପତାକା ପ୍ରଦାନ ପୂର୍ବକ,,, ତାଙ୍କର ଏହି ଆରୋହଣର ସଫଳତା କାମନା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ସମାଜସେବୀ ଆଶୁତୋଷ ମିଶ୍ର ଓ ରୋଟାରୀଆନ୍ ରାଜ୍ କିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଦୁଃସାହାସିକ ପର୍ବତାରୋହଣ ନିମନ୍ତେ, ସୁଶ୍ରୀ ବିଭାରାଣୀଙ୍କ ଦୃଢ଼ ମନୋବଳ ବୃଦ୍ଧି ନିମନ୍ତେ, ଆଶ୍ରିବାଦ ପ୍ରଦାନ କରିବା ସହ ତାଙ୍କର ଏହି ଅଭିଯାନ ସଫଳ ହେଉ, ଏ ଦେଶ ଓ ଜାତି ପାଇଁ ସେ ସୁନାମ ଅର୍ଜନ କରନ୍ତୁ,,,
ଆମର ପରମ ଆରାଧ୍ୟ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଚରଣ କମଳରେ ପ୍ରାର୍ଥନା l