ଗ୍ରାମପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଠାକୁରଗଡ଼,(ବୁଲୁ ଦଳେଇ): ଅନୁଗୁଳ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଆଠମଲ୍ଲିକ ବ୍ଲକ ପ୍ରଶାସନ ପକ୍ଷରୁ ଠାକୁରଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଷୋମବାର ଦିନ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ୍ ୧୩ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିବା ବେଳେ ୧୨ ଗୋଟି ସାମୁହିକ ସ୍ବାର୍ଥ ଓ ଗୋଟିଏ ବ୍ୟକ୍ତିଗତ ଅଭିଯୋଗ ଥିଲା। ସାମୁହିକ ଭାବରେ ଦିଆ ଯାଇ ଥିବା ଦରଖାସ୍ତ ରେ ଠାକୁରଗଡ଼ ଥାନା ଛକ ଠାରୁ ହାଇସ୍କୁଲ୍ ଛକ ପର୍ଯ୍ୟନ୍ତ ରାଜ୍ୟ ରାଜପଥ ଅବରୋଧ କରି ଘର ଓ ଦୋକାନ ଗୃହ କରି ମାଡ଼ି ବସି ଥିବା ଲୋକଙ୍କୁ ଉଠାଇ ଟ୍ରାଫିକ ବ୍ୟବସ୍ଥା କୁ ସୁନିଶ୍ଚିତ କରିବା, ଗ୍ରାମୀଣ ପାର୍କ ର ତାଲା ଖୋଲି ସର୍ବ ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରିବା ଓ ଏହାର ରକ୍ଷଣା ବେକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରିବା। ସେହିଭଳି ବ୍ୟକ୍ତିଗତ ଅଭିଯୋଗ ହୋଇଛି ଯେ ମୃତ୍ୟୁ ବରଣ କରିବାର ୨ ବର୍ଷ ପରେ ମଧ୍ୟ ହିତାଧିକାରୀ ଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ଅର୍ଥରାଶି ନ ମିଳିବା। ଏଥିରେ ବିଡ଼ିଓ ସୌଭାଗ୍ୟ ବେହେରା, ସରପଞ୍ଚ ଚାରୁଲତା ମିଶ୍ର, ଠାକୁରଗଡ଼ ଥାନା ପୁଲିସ୍ ଆଇ ଆଇ ସି ନଟବର ନନ୍ଦ, ଉଦ୍ୟାନ ଅଧିକାରୀ ନିରଞ୍ଜନ ପ୍ରଧାନ, ଠାକୁରଗଡ଼ ରାଜସ୍ବ ନୀରିକ୍ଷକ ଅକ୍ଷୟ କୁମାର ପାତ୍ର, ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ବିନୟ କୁମାର ମହାନ୍ତି,cdpo ତରଙ୍ଗିଣୀ ମିର୍ଦ୍ଧା, କୃଷି ବିଭାଗ ପକ୍ଷରୁ ସୁନୀଲ କୁମାର ପ୍ରଧାନ, ଫରେଷ୍ଟର ବାବୁଲି ପ୍ରଧାନ, ଶୁଭେନ୍ଦୁ ରାଉତ୍ ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ।