ଢେଙ୍କାନାଳ,୨୫.୦୭(ଶୁଭମ ପାଣି);ଆଜି ୨୫/୦୭/୨୦୨୪ ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ଥରୀୟ ଶିକ୍ଷା ଶପଥ ସପ୍ତାହ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ‘ସାଂସ୍କୃତିକ ଦିବସ’ ଅତି ଆଡମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରଥମରୁ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପାରମ୍ପରିକ ବେସପୋଷକ ପରିଧାନକରି ସାଂସ୍କୃତିକ ନୃତ୍ୟ, ଗୀତ ଓ ନାଟ୍ୟ ପରିବେଷଣ କରିଥିଲେ l ସକାଳ ୧୧ ଘଟିକାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରାଯାଇଥିଲା l ପିଲାମାନଙ୍କୁ ଉତ୍ସାହିତ କରିବାପାଇଁ ଅନ୍ୟ ସମ୍ମାନିତ ଅତିଥୀ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବିଦ୍ୟାଳୟର ପ୍ରାକ୍ତନ ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ମିଳା କର ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ l ଏହି କାର୍ଯ୍ୟକ୍ରମ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲି ବିଦ୍ୟାଳୟ ପରିବେଶକୁ ପ୍ରଫୁଲ୍ଲିତ କରିବା ସହିତ ଅନେକ କୋମୋଳମତି ପିଲାମାନଙ୍କଠାରେ ନିହିତ ଥିବା ପ୍ରତିଭାକୁ ବିକଶିତ କରିପାରିଥିଲା l କାର୍ଯ୍ୟକ୍ରମଟିକୁ ସଫଳ ପରିଚାଳନା କରିଥିଲେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ l