ସାହିତ୍ୟ ସୃଜନୀ ତାଲିମ୍ ଶିବିର ଉଦଯାପିତ

ଢେଙ୍କାନାଳ,(ଶୁଭମ ପାଣି):ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ୍ ଓ ଓଡ଼ାପଡ଼ା ବ୍ଲକ୍ ସମନ୍ବୟରେ ଗତ ତା ୦୧. ୦୭. ୨୦୨୪ ରିଖରୁ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଜୁରିଆକଟା ସରକାରୀ ଉଚ୍ଚ ବିଦ୍ୟାଳୟ, ଖଜୁରିଆକଟାଠାରେ ଆରମ୍ଭ ହୋଇଥିବା ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର “ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଙ୍ଗଠନ” ପ୍ରଯୋଜିତ ଓ “ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଢେଙ୍କାନାଳ” ଆନୁକୂଲ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ଭାଷା ସାହିତ୍ୟ କ୍ଷେତ୍ରରେ ବିକାଶ ପାଇଁ “ସାହିତ୍ୟ ସୃଜନୀ” ତାଲିମ୍ ଶିବିର ତା ୦୩. ୦୭. ୨୦୨୪ ରିଖରେ ଉଦଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ହିନ୍ଦୋଳ ଶିକ୍ଷା ବ୍ଲକର ନୋଡ଼ାଲ ଅଫିସର ଶ୍ରୀଯୁକ୍ତ ଅନାଦି ଚରଣ ନାଏକ ମୁଖ୍ଯ ଅତିଥି ରୂପେ ଓ ଖଜୁରିଆକଟା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭରେ ପ୍ରାର୍ଥନା ଓ ବନ୍ଦନା ପରେ ଶିକ୍ଷକ ଶ୍ରୀଯୁକ୍ତ ନରୋତ୍ତମ ସେଠୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ଶୈକ୍ଷିକ କାର୍ଯ୍ୟର ସୁପରିଚାଳନା ପାଇଁ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ତାଲିମର ଆବଶ୍ୟକତା ରହିଛି ବୋଲି ନୋଡାଲ୍ ଅଫିସର ଶ୍ରୀଯୁକ୍ତ ଅନାଦି ଚରଣ ନାଏକ ନିଜର ମତ ରଖିଥିଲେ । ସେହିପରି ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ ମିଶ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟରେ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କଂସରା, ହିନ୍ଦୋଳର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁ ମାଷ୍ଟର ଟ୍ରେନର ଭାବେ ଓ ଘଟିପିରି ସରକାରୀ ଉଚ୍ଚ ବିଦ୍ୟାଳୟ, ଓଡ଼ାପଡ଼ାର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ନବକିଶୋର ବେହେରା ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ତିନି ଦିନ ଧରି ହିନ୍ଦୋଳ ଓ ଓଡ଼ାପଡ଼ା ବ୍ଲକର ମୋଟ ୭୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଭାଷା ସାହିତ୍ୟର ବିକାଶ ପାଇଁ ଆସ୍ପିରେସନାଲ୍ କମ୍ପୋନେଣ୍ଟ୍ ପାଠ୍ଯକ୍ରମ ଆଧାରିତ ବିଭିନ୍ନ କ୍ରିୟାକଳାପ,ପରୀକ୍ଷା ଓ ସମୀକ୍ଷା ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷଣର ଦ୍ବିତୀୟ ଦିବସରେ ଜିଲ୍ଲା ଏସ.ଆର.ଜି. ସଦସ୍ୟ ଶ୍ରୀଯୁକ୍ତ ସତ୍ୟବ୍ରତ ପଣ୍ଡା ଯୋଗ ଦେଇ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୋଡ଼ାଲ ଅଫିସର ଶ୍ରୀଯୁକ୍ତ ଅନାଦି ଚରଣ ନାଏକ ପ୍ରଶିକ୍ଷିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯାହା ତାଲିମ୍ ନେଲେ ସେମାନେ ନିଜ ନିଜ ବିଦ୍ୟାଳୟରେ କିପରି ଭଲ ଭାବରେ ଏ ସବୁର କ୍ରିୟାନ୍ବୟନ କରିବେ ସେ ଦିଗରେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶିକ୍ଷଣର ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା କରିଥିଲେ । ମାଷ୍ଟର ଟ୍ରେନର ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁ ଏହି ପ୍ରଶିକ୍ଷଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ସମସ୍ତ ପ୍ରଶିକ୍ଷିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଶ୍ଚିତ ଭାବେ ଏହାର ଗୁରୁତ୍ବକୁ ବୁଝି ନିଜ ନିଜର ବିଦ୍ୟାଳୟରେ ଏହି ପାଠ୍ୟକ୍ରମର ସଫଳ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ମାଷ୍ଟର ଟ୍ରେନର ନବକିଶୋର ବେହେରା ଏହି ପ୍ରଶିକ୍ଷଣର ଗୁରୁତ୍ବ ସମ୍ପର୍କରେ ମଧ୍ଯ ଆଲୋକପାତ କରିଥିଲେ । ପରିଶେଷରେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ନରୋତ୍ତମ ସେଠୀ ଅତିଥି, ମାଷ୍ଟର ଟ୍ରେନର , ସମସ୍ତ ପ୍ରଶିକ୍ଷିତ ଶିକ୍ଷକଶିକ୍ଷୟିତ୍ରୀ ତଥା ପ୍ରଶିକ୍ଷଣ ବ୍ୟବସ୍ଥାରେ ନିୟୋଜିତ ଥିବା ସମସ୍ତ ବ୍ଯକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।