ବୀରମହାରାଜପୁର,୧୬.୦୬(ଚୈତନ୍ୟ ଭୁକ୍ତା):ଅଦ୍ୟ ଦିବା ୧୦ଘଣ୍ଟା ସମୟରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟଳୟ ଠାରେ ସଂଘର ସଭାପତି ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ୱ ରେ ବିଶ୍ୱ ବରିଷ୍ଠ ହତାଦର ସଚେତନତା ଦିବସ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |ପ୍ରାରମ୍ଭରେ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସଡ଼ଙ୍ଗୀ ସଭାର ଉଦେଶ୍ୟ ଜ୍ଞ|ପନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ| ମୁଖ୍ୟ ଭାବେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାଢ଼ୀ ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଭଗବାନ ମିଶ୍ର ମଞ୍ଚାସିନ ଥିଲେ |ପ୍ରଥମେ ଭୂଷଣ କୁମାର ପାତ୍ର, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଆଲୋଚ୍ୟ ବିଷୟ ଉପରେ ନିଜର ମତାମତ ରଖି ସଚେତନତା ଉପରେ ଗୁରୁତ୍ୱ|ରୋପ କରିଥିଲେ |ମୁଖ୍ୟବକ୍ତା ଶ୍ରୀ ପାଢ଼ୀ ସମାଜରେ ବୟସ୍କ ନାଗରିକ ମାନଙ୍କ ହତାଦର ଓ ତାର ନିବାରଣ ଉପରେ ସଚେତନତା କୁ ନେଇ ନିଜର ମନ୍ତଵ୍ୟ ପ୍ରଦାନ କରିଥିଲେ |ସମ୍ମାନୀତ ଅତିଥି ଶ୍ରୀ ମିଶ୍ର ଏ ସମସ୍ୟା ର ସମାଧାନ ପାଇଁ ଘରୋଇ ଆଲୋଚନା ମାଧ୍ୟମ ସ୍ୱାଗତ କରିଥିଲେ |ସଭାପତି ଡ଼କ୍ଟର ରଥ ନିଜ ଭାଷଣରେ ବିଶ୍ୱ ବରିଷ୍ଠ ହତାଦର ସଚେତନତା ଦିବସ ଚଳିତ ବର୍ଷର ବିଷୟ ବସ୍ତୁକୁ ଜରୁରୀ କାଳୀନ ପରିସ୍ଥିତିରେ ବୟସ୍କ ଵ୍ୟକ୍ତି ଉପରେ ଆଲୋକପାତ ସଙ୍କଟ ସମୟରେ ବୟସ୍କ ଵ୍ୟକ୍ତି ମାନଙ୍କୁ ସମ୍ମାନ ର ସହ ସୁରକ୍ଷା ଯୋଗାଇଦେବା ଉପରେ ବିଶୃତ ଆଲୋଚନା କରିଥିଲେ |ଶେଷରେ କୋଷାଧ୍ୟ୍ୟକ ଶ୍ରୀଯୁକ୍ତ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିବା ପରେ ସଭା ଭଙ୍ଗ କରିଥିଲେ |ସଂଘର ବରିଷ୍ଠ ସଭ୍ୟ ସର୍ବ. ଶ୍ରୀ ସୁଦାମ ସେଠୀ, ରମେଶ କୁମାର ପଣ୍ଡା, ଶ୍ରୀନିବାସ ଅଗ୍ରୱାଲ, ରାଧେଶ୍ୟାମ ରାୟ, ନାରୟଣ ପ୍ରସାଦ ନାୟକ, ଭୀମ ବାରିକ, ଗୋପୀନାଥ ମହାକୁର, ଧ୍ରୁବ ଚରଣ ଦାସ, ଧନୁ ପଧାନ, ବଳରାମ କାଣ୍ଡ, ସୌମିତ୍ରି ମେହେର, ଅକ୍ରୁର ଦନ୍ତା, ବାସୁଦେବ ରଥ, ଅକ୍ଷୟ କୁମାର, ମିଶ୍ର, ଦିଲ୍ଲୀପ ମିଶ୍ର, ଦିଲ୍ଲୀପ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ |