ରଜ କୁ ଫିକା କଲା କାଳ ବୈଶାଖୀ,ଆଠମଲ୍ଲିକ ଉପଖଣ୍ଡ ରେ ବିଦୂତ ସରବରାହ ବିଛିନ୍ନ

ଆଠମଲ୍ଲିକ,୧୪.୦୬(ବୁଲୁ ଦଳେଇ):ଅନଗୁଳ ଜିଲ୍ଲା ଆଠମଲ୍ଲିକ ରେ ପ୍ରକୃତି ର କରାଳ ରୂପ ଦେଖିବାକୁ ମିଳିଛି, ଗତକାଲି ରାତିଠୁ ପ୍ରବଳ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଜାରି ରହିଛି, ଏହି ପରିପକ୍ଷୀରେ ଆଠମଲ୍ଲିକ ସହରରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡି ଯାତାୟାତ ପାଇଁ ବାଧା ସୄଟି ହେବା ସହ ଲୋକଙ୍କ ଘର ମଧ୍ୟ ଭାଙ୍ଗିଯାଇଛି,ପବନ ର ବେଗ ଏତେ ମାତ୍ର ରେ ଅଧିକ ଥିଲା ଯେ ବିଦୂତ ଖୁଣ୍ଟ ସହ ଭାଙ୍ଗି ପଡିଛି, ଆଠମଲ୍ଲିକ ର ବିଭିନ୍ନ ସ୍ଥାନରେ ବିଦୂତ ତାର ଗୁଡିକ ଛିଣ୍ଡି ରାସ୍ତା ଉପରେ ପଡିଛି ସେହିଭଳି ଭାବେ ଆଠମଲ୍ଲିକ ବ୍ଲକ ଅମ୍ବାସର ମୁଣ୍ଡା ରେ ଥିବା BSNL ମୋବାଇଲ ଟାଉର ମଧ୍ୟ ଭାଙ୍ଗି ପଡିଛି ଫଳରେ ଠାକୁରଗଡ଼ ଅଞ୍ଚଳରେ BSNL ନେଟୱର୍କ ରୁ ଲୋକେ ବଞ୍ଚିତ ଅଛନ୍ତି, ଦୀର୍ଘ 12 ଘଣ୍ଟା ହେଲା ଆଠମଲ୍ଲିକ ଅଞ୍ଚଳ ରେ ବିଦୂତ ସର ବାରହା ବନ୍ଦ ରହିଛି,ପ୍ରକୃତି ର କରାଳ ରୂପ ରେ ଆଜି ଆଠମଲ୍ଲିକ ରେ ରୋଜ ର ମାହଲ ଫିକା ପଡିଛି।