ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସ୍ଥିତି ଓ ଭୂମିକା ଉପରେ ଆଲୋଚନା ଚକ୍ର

ଢେଙ୍କାନାଳ,୦୯.୦୬(ଶୁଭମ ପାଣି):”ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଙ୍କ ସ୍ଥିତି ଓ ଭୂମିକା ଉପରେ ଆଲୋଚନା ଚକ୍ର ” ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଜୁନ ମାସ ନଅ ତାରିଖ ପୂର୍ବାହ୍ନ ରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରୀ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର ଉପଦେଷ୍ଟା ତଥା ପ୍ରାକ୍ତନ୍ ସିବିଆଇ ସ୍ଵତନ୍ତ୍ର ବିଚାରପତି ଭିକାରୀ ଚରଣ ରାଉତ ଯେମୁଖ୍ୟ ଅତିଥି ରୂପେ ଓ ମାଧ୍ୟମିକ ଶିକ୍ଷା ପୂର୍ବତନ ନିର୍ଦ୍ଦେଶକ ତଥା ପୂର୍ବତନ ଜିଲ୍ଲାପାଳ ବାଲେଶ୍ବର ସନାତନ ମଲ୍ଲିକ ମୁଖ୍ୟ ବକ୍ତା ରୂପେ ଉପସ୍ଥିତ ହୋଇ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜୀବନ ରେ ଅନେକ ସାଧନା କରି ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ କରି ଅନେକ ସୁ ଛାତ୍ର ଛାତ୍ରୀ ସୃଷ୍ଟି କରି ଶିକ୍ଷା କ୍ଷେତ୍ରରେ ଦେଶର ମାନଦଣ୍ଡ ବୃଦ୍ଧି କରିପାରିଛନ୍ତି।ଯାହା ଫଳରେ ‌ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି। ଏଣୁ ଶିକ୍ଷା ବିଭାଗର ସମସ୍ତ ବ୍ୟବସ୍ଥା ରେ‌ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପଥ ପ୍ରଦର୍ଶକ ଭାବରେ ରଖାଗଲେ ଗୁଣାତ୍ମକ ଶିକ୍ଷାଦାନ ଭଲ ଭାବରେ ହୋଇ ପାରିବ ବୋଲି ମତ ରଖିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରୀ ର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡ଼ା ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପୁରୀ ମମତା ମିଶ୍ର ଉପସ୍ଥିତ ହୋଇ ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଙ୍କ ସ୍ଥିତି ଓ ଭୂମିକା ଉପରେ ଆଲୋଚନା କରିଥିଲେ। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସାଧାରଣ ସମ୍ପାଦକ ଈଶ୍ୱର ‌ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବୈଠକରେ ଗାରିମା ବୃଦ୍ଧି ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ର ଶିକ୍ଷା କ୍ଷେତ୍ରକୁ ଅନନ୍ୟ ଅବଦାନ ପାଇଁ ସେମାନଙ୍କ ସମ୍ମାନାର୍ଥେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଭାରତ ର ସଭାପତି ଇର୍ମାନ ଖାଁ, ଉପସଭାପତି ଓମ୍ ପ୍ରକାଶ ପାଟିଦାର, ଓଡ଼ିଶା ପର୍ଯ୍ୟବେକ୍ଷକ ମନୋଜ ସିଂହ, ଭିଡିଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶା ଫୋରମ୍ କୁ ପ୍ରଶଂସା କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ “ବନ୍ଦେ ଉତ୍କଳଜନନନୀ”ଗାନ କରାଯାଇଥିଲା। ବୈଠକରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଚାରୁଲତା ମିଶ୍ର, ସଞ୍ଜୁ ବାଳା ମିଶ୍ର, କୋଷାଧ୍ୟକ୍ଷ ଡଃ ଗଙ୍ଗୋତ୍ରୀ ଦେବୀ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ରାଉତ, ଡଃ ପ୍ରଦୀପ କୁମାର ମିଶ୍ର, ପବିତ୍ର ମୋହନ ଦାସ, ଅଜିତ କୁମାର ସେଠୀ, ବୈଲୋଚନ ସାହୁ, ବିନୟ କୁମାର ପାଣି ବଳରାମ ସାହୁ, ବସନ୍ତ କୁମାର ସାହୁ, ରବୀନ୍ଦ୍ର ନାଥ ସ୍ବାଇଁ, ଉର୍ମିଳା ସାମଲ,ନିଳିମା କୁମାରୀ ସାହୁ, ନିହାର ବାଳା ରାଉତ, ମନୋଜ ମଞ୍ଜରୀ ଲେଙ୍କା, କ୍ରିଷ୍ଣା କୁମାରୀ ଦେଇ, ସ୍ବର୍ଣ୍ଣ ଲତା ତ୍ରିପାଠୀ କୃଷିଦା ବେଗମ୍ ରାଧା ଶ୍ୟାମ ପଣ୍ଡା ନିଜ ନିଜର ମତ ରଖିଥିଲେ। ସଭାପତି ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ରବୀନ୍ଦ୍ର ନାଥ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଃଖ ବନ୍ଧୁ ସାହୁ ଙ୍କ ପୁସ୍ତକ ଓ ଅଜିତ ସେଠୀ ଙ୍କ ଲୋଗୋ ଉନ୍ମୋଚନ କରାଯାଇଥିଲା । ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀ ଚରଣ ରେ ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରାଯାଇ ବୈଠକ ଆରମ୍ଭ ହୋଇଥଲା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ଭକ୍ତିପୂତ ପ୍ରାର୍ଥନା କରାଯାଇଥିଲା।