ଆଠମଲ୍ଲିକ,୨୨.୦୫(ବୁଲୁ ଦଳେଇ):ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର କିଶୋରନଗର ବରପଡ଼ିଆ ଠାରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଭାରତର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିକପ୍ଟର ରେ ଆସି ସମାବେଶ କୁ ଆସିଥିଲେ। ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ ତାଙ୍କୁ ସ୍ବାଗତ କରିଥିଲେ। ସ୍ବାଗତ କରିବା ପରେ ସମାବେଶ କୁ ଆସିଥିଲେ । ଏହି ସଭାରେ ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଆଠମଲ୍ଲିକ ମାଟିର ସେବା କରିବା ପାଇଁ ସୁଯୋଗ ଦିଅ ଏବଂ ଆହୁରି କହିଥିଲେ ଏଥର ପରିବର୍ତ୍ତନ କରିବା ଓ ଯୋଡ଼ି ପଦ୍ମ ରେ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ଗଢ଼ିବା ଓ ଓଡ଼ିଶାର ବିକାଶ କରିବା। ଓଡ଼ିଶାରେ ବିଜେପି ସରକାର ଆସିଲେ ବିଦ୍ୟୁତ୍ ବିଲ ମାଗଣା ମା ମାନଙ୍କୁ ତିନି ହଜାର ଭତା, ଧାନର ମୂଲ୍ୟ ଏକ ତିରିଶ ଟଙ୍କା କରାଯିବ ତା ସହିତ ଭାରତର ଦୁଇ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପଚାଶ ହଜାର ଟଙ୍କା ଦିଆଯିବ।ଶ୍ରୀ ପ୍ରଧାନ କହିଥିଲେ ପଚିଶି ବର୍ଷର ସରକାର ଙ୍କୁ ଚେର ଉପାଡ଼ି ଦିଆଯିବ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ବର୍ତ୍ତମାନ ବିଧାୟକ ରମେଶ ଚନ୍ଦ୍ର ସାଏ, ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ, , ଉପସଭାପତି ଅର୍ଜୁନ ସାହୁ, ବିଧାନସଭା ସଂଯୋଜକ ଅଲେଖ ପ୍ରଧାନ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ପ୍ରଧାନ ବିଜେପି ନେତା ପରେଶ୍ ଦେଓ ଓ ବହୁ ପଦାଧିକାରୀ ଓ ହଜାର ହଜାର ବିଜେପି କର୍ମୀ ଯୋଗ ଦେଇଥିଲେ।